ଚନ୍ଦ୍ରପୃଷ୍ଠର ଫଟୋ ପଠାଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପ୍ରେରିତ ଚନ୍ଦ୍ରଯାନ-୨ ଉତ୍ତୋଳନ କରିଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋକୁ ସୋମବାର ସାର୍ବଜନୀନ କରାଯାଇଛି। ଚନ୍ଦ୍ରଯାନ-୨ରେ ଥିବା ଟେରେନ ମ୍ୟାପିଂ କ୍ୟାମେରା-୨ (ଟିଏମସି-୨) ଏହିସବୁ ଫଟୋକୁ ଉତ୍ତୋଳନ କରିଛି।

୪୩୭୫ କିମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଛି। ଏହି ଫଟୋରେ ଜ୍ୟାକସନ, ମିତ୍ର, ମାକ୍ ଓ କୋରୋଲେଭ ଭଳି ଆଗ୍ନେୟଗିରିକୁ ଚିହ୍ନଟ କରାଯାଇପାରୁଛି। ଇସ୍ରୋ କହିବା ଅନୁଯାୟୀ ଅଗଷ୍ଟ ୨୩ରେ ଟିଏମସି-୨ ଏହି ଫଟୋ ସବୁ ଉତ୍ତୋଳନ କରିଥିଲା। ସୋମବାର ଏହାକୁ ସାର୍ବଜୀନନ କରାଯାଇଛି। ଏହି ଫଟୋ ଚନ୍ଦ୍ରଯାନ-୨ର ଆଉ ଏକ ସଫଳତାକୁ ପ୍ରତିପାଦନ କରିବା ସହିତ ଚନ୍ଦ୍ରଯାନର ସମସ୍ତ ଯନ୍ତ୍ରାଂଶ ଠିକ୍‌ ଥିବା ସୂଚାଇଛି। ତେବେ ସେପ୍ଟେମ୍ବର ୨ରେ ଚନ୍ଦ୍ରଯାନ-୨ ପାଇଁ ଏକ ବଡଦିନ ରହିଛି। ଏହିଦିନ ଅର୍ବିଟର ଠାରୁ ବିକ୍ରମ ଲ୍ୟାଣ୍ଡର ଅଲଗା ହେବ। ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଜୁଲାଇ ୨୨ରେ ଇସ୍ରୋ ଚନ୍ଦ୍ରଯାନ-୨ର ପ୍ରେରଣକୁ କରି ଇତିହାସ ରଚିଥିଲା।

Comments are closed.