ଆଜି ପୂଜ୍ୟ ପ୍ରଣାମ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ

ଚନ୍ଦ୍ରଶେଖର ଆଜାଦଙ୍କ ପରି ବିପ୍ଳବୀ ଭାରତଭୂମିରେ ଖୁବ୍‌ କମ୍ ଦେଖାଯାଆନ୍ତି। ୧୯୦୬ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଭାଭ୍ରା ନାମକ ଗାଁରେ ଜନ୍ମ ହୋଇଥିବା ଆଜାଦ ମାତ୍ର ୧୪ ବର୍ଷ ବୟସରେ ଅସହଯୋଗ ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ। ତାଙ୍କ ନାମ ଚନ୍ଦ୍ରଶେଖର ଆଜାଦ ହେଲା କିପରି, ତାହା ବି ଏକ ପ୍ରେରଣାଦାୟୀ କାହାଣୀ। ଅଦାଲତରେ ତାଙ୍କୁ ବାପାଙ୍କ ନାମ ପଚରାଯିବା ପରେ ସେ ଉତ୍ତର ଦେଇଥିଲେ: ମୋ ନାମ ଆଜାଦ; ପିତାଙ୍କ ନାମ ସ୍ବାଧୀନତା ଓ ଠିକଣା ଜେଲ୍‌ଖାନା। ଏହାପରେ ତାଙ୍କ ନାମ ଚନ୍ଦ୍ରଶେଖର ଆଜାଦ ଭାବେ ବିଖ୍ୟାତ ହୋଇଗଲା। ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହ ଲଢ଼େଇ କରିବାପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ। ହିନ୍ଦୁସ୍ତାନ ରିପବ୍ଲିକ୍‌ ଆସୋସିଏସନ୍‌ରେ ଯୋଗ ଦେବାପରେ ଅନ୍ୟ ବିପ୍ଳବୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ। ତେଣୁ ୧୯୩୧ ମସିହା ଫେବୃଆରୀ ୨୭ରେ ପୁଲିସ୍‌ର ସମ୍ମୁଖୀନ ହେବାପରେ ଧରାନଦେଇ ନିଜକୁ ଗୁଳିକରି ପ୍ରାଣ ହାରିଦେଲେ। ତାଙ୍କର ମୃତ୍ୟୁ ଘଟିଥିବା ଆହ୍ଲାବାଦର ସେହି ପାର୍କଟି ଆଜାଦ୍‌ ପାର୍କ ଭାବେ ଖ୍ୟାତ।

Comments are closed.