କାଉଡିବେସରେ ବିଧାୟକ ତଥା ପୂର୍ବତନ କ୍ରୀଡା ଯୁବ ବ୍ୟାପାର ଓ ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା

ନେମାଳ: ଶ୍ରାବଣ ମାସ ଶେଷ ସୋମବାରରେ ଜଳାଭିଷେକ ପାଇଁ ଶୈବ ପୀଠ ଅଭିମୁଖେ କାଉଡିଆ ବେଶରେ ଯାତ୍ରା କରିଛନ୍ତି ପୂର୍ବତନ କ୍ରୀଡା ଯୁବ ବ୍ୟାପାର ଓ ଆଇଟି ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା। ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନିକଟ ଉତର ପାଶ୍ୱର୍ ଚିତ୍ରୋତ୍ପଳା ନଦୀରେ ବିଧାୟକ ଶ୍ରୀଯୁକ୍ତ ବେହେରାଙ୍କ ସହିତ ବହୁ ଶ୍ରଧାଳୁ କାଉଡିଆ ମାନଙ୍କ ଦ୍ୱାରା ବାଲିରେ ନିର୍ମିତ ଶିବ ଲିଙ୍ଗ ପ୍ରସ୍ଥୁତ କରାଯାଇ ପୁଜାର୍ଚ୍ଚନା କରାଯାଇଥିଲା। ପରେ ବିଧାୟକଙ୍କ ସହିତ ବହୁ କାଉଡିଆ ଶ୍ରଦ୍ଧାଳୁ ମାନେ ନଦୀ ଗର୍ଭରୁ ଜଳ ଉଠାଇ ନିଶ୍ଚିନ୍ତକୋଇଲି ଶକ୍ତିଶ୍ୱର ମହାଦେବଙ୍କ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତା କଡରେ ବହୁ ଜନସାଧାରଣ ମାନଙ୍କ ଭିଡ ଜମିଥିବା ଦେଖାଯାଇଥିଲା।

Comments are closed.