ଚନ୍ଦ୍ରକାନ୍ତି

0

ମୁଗଡ଼ାଲି – ୩୦୦ ଗ୍ରାମ
ନଡ଼ିଆ କୋରା –୧ କପ
ଅଳେଇଚ ଗୁଣ୍ଡ – ୧ ଚାମଚ
ଲୁଣ – ସାମାନ୍ୟ
ଦେଶୀ ଘିଅ – ଆବଶ୍ୟକ ପରିମାଣରେ
ଚିନି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ରାତିରେ ମୁଗ ଡ଼ାଲିକୁ ପାଣିରେ ଭିଜାଇ ଦେଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାକୁ ପୁରା ପାଲିସ ଭାବେ ପେଷନ୍ତୁ ନାହିଁ , ସାମାନ୍ୟ ଖଦଖଦଡ଼ିଆ ରଖନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇ ଗରମ ହେବା ପରେ ସେଥିରେ ୨ କପ ପାଣି, ୧କପ ଚିନି, ଅଳେଇଚ ଗୁଣ୍ଡ ସାମାନ୍ୟ ଲୁଣ ପକାଇ ଗୋଳାନ୍ତୁ। ୨ରୁ୩ ମିନିଟ ଗୋଳାଇବା ପରେ ନଡ଼ିଆ କୋରା ଓ ପାତ୍ରରେ ଥିବା ମୁଗ ଡ଼ାଲି ବଟାକୁ ପକାଇ ଭଲ ଭାବେ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ପରେ ଏକ ପାତ୍ରକୁ କାଢି ଏହାକୁ ଭଲ ଭାବେ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛୁରୀ ସାହାଯ୍ୟରେ ଚାରିକଣିଆ କରି କାଟନ୍ତୁ। ଗ୍ୟାସରେ ଆଉ ଏକ କଡ଼େଇ ବସାଇ ଦେଶୀ ଘିଅ କିମ୍ବା ଡ଼ାଲଡ଼ା ଘିଅ ପକାଇ ଗରମ କରନ୍ତୁ। ଏହା ପରେ କଟା ହୋଇ ରହିଥିବା ମୁଗ ଡ଼ାଲି ଜନ୍ତଣିକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Leave A Reply