ଶତାଦ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

0

ଗୁରୁ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଗ୍ରହଣ ହେବ। ଶତାଦ୍ଦୀର ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ବିଶେଷ ରହିବ ବୋଲି କୁହାଯାଇଛି। ଏହି ଚନ୍ଦ୍ରଗ୍ରହଣ ଅଧିକ ସମୟ ପର୍ଯ୍ୟନ୍ତ ରହିବ।ଏହି ଗ୍ରହଣ ସମଗ୍ର ଦେଶବାସୀ ଦେଖି ପାରିବେ ବୋଲି କୁହାଯାଇଛି। ଚନ୍ଦ୍ରଗ୍ରହଣର ସମୟ ସୀମା ଅପରାହ୍ନ ୩.୫୪ମିନିଟରୁ ଆରମ୍ଭ ହୋଇ ରାତ୍ର ୧ଟାରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ଏହି ଗ୍ରହଣ ରାତ୍ର ୧୧.୫୫ମିନିଟରେ ଚନ୍ଦ୍ରକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ଗ୍ରହଣ ଉତ୍ତର ଆଷାଢ ଓ ଶ୍ରାବଣ ନକ୍ଷତ୍ର ସହ ମିଶି ମକର ରାଶିରେ ଅବସ୍ଥାନ କରିବ। ଏହି ଗ୍ରହଣର ପ୍ରଭାବ ସମସ୍ତ ରାଶିରେ ଅଲଗା ଅଲଗା ପ୍ରକାରର ଫଳ ପ୍ରଦାନ କରିବ ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣର ପ୍ରଭାବ ରାଶି ମାନଙ୍କ ଉପରେ କିପରି ରହିବ …

ଉତ୍ତର ଆଷାଢ ଓ ଶ୍ରାବଣ ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ରାଶି ମକର ହୋଇଥାଏ। ତେଣୁ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଅଶୁଭ ହୋଇଥାଏ। ସେଥିପାଇଁ ମକର ରାଶିର ବ୍ୟକ୍ତିମାନେ ଚନ୍ଦ୍ରଗ୍ରହଣ ଦେଖିବା ଅନୁଚିତ। ଗ୍ରହଣ ଦିନ ମକର ରାଶିର ବ୍ୟକ୍ତିମାନଙ୍କୁ ଖୁବ ସତର୍କତାର ସହ ରହିବାକୁ ହେବ। ତେଣୁ ଏହିଦିନ କୌଣସି ପବିତ୍ର ନଦୀକୁ ଯାଇ ନିଜ ଇଷ୍ଟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ସହ ଭାଗବତ ପାଠ ମଧ୍ୟ କରନ୍ତୁ।
ମେଷ, ସିଂହ, ବିଛା ଓ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ। ଏହା ସହିତ ବୃଷ, କର୍କଟ, କନ୍ୟା, ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗ୍ରହଣ ମଧ୍ୟମଧରଣ ରହିବ। ଏହା ସହିତ ମିଥୁନ, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ରହିବ ବୋଲି କୁହାଯାଇଛି।
ଏହି ଚନ୍ଦ୍ରଗ୍ରହଣ ଭାରତ ସହିତ ଶ୍ରିଲଙ୍କା, ପାକିସ୍ଥାନ, ନେପାଳ, ମ୍ୟାଲେସିଆ, ଇଣ୍ଡୋନେସିଆ ଓ ଏସିଆ ମହାଦ୍ୱୀପର ବାସିନ୍ଦାମାନେ ଦେଖି ପାରିବେ ବୋଲି କୁହାଯାଇଛି। ଏହା ସହିତ ଆଫ୍ରିକା, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ୟୁରୋପ ଓ ଦକ୍ଷିଣ ଆମେରିକାରେ ଦେଖାଯିବ ବୋଲି ମଧ୍ୟ କୁହାଯାଇଛି।

Leave A Reply