ଆଜି ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଆଜି ମେ’ ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୨ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି । ଏହା ରାତି ୧୨ଟା ୨୦ ମିନିଟରେ ଶେଷ ହେବ । ଏନେଇ ବୈଜ୍ଞାନିକ ମାନେ ସୂଚନା ଦେଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି କୁହାଯାଇଛି ।

ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ । ତାହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଆଜିର ଏହି ଚନ୍ଦ୍ରଗ୍ରହଣ ସମଗ୍ର ଉତ୍ତର, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କିଛି ଅଂଶରୁ ଦେଖାଯିବ ବୋଲି ସୂଚନା ରହିଛି । ଚନ୍ଦ୍ରଗ୍ରହଣ ସମୟରେ କିଛି କର୍ମ ଉପରେ ନିଷେଧ କରାଯାଇଛି । ଏହି ସମୟରେ ପୂଜାପାଠ, ଶୁଭକାର୍ଯ୍ୟ କରିବାକୁ ବାରଣ କରାଯାଇଛି । ତାହାଛଡ଼ା ଚନ୍ଦ୍ରଗ୍ରହଣ ସମୟରେ ଖାଇବା, ଶୋଇବା ଓ ବୁଲିବାକୁ ମଧ୍ୟ ମନା କରାଯାଇଥାଏ । ସବୁଠାରୁ ବଡ଼କଥା ହେଉଛି ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ଯତ୍ନବାନ ହେବା ଜରୁରୀ । ଘରୁ ବାହାରକୁ ନଯିବା ସହ ଚନ୍ଦ୍ର ଆଲୋକ ତାଙ୍କ ନିକଟରେ ଯେମିତି ନ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।

Comments are closed.