ସୂର୍ଯ୍ୟପରାଗ ହେଲେ ଅଜବ କାର୍ଯ୍ୟ କରିବା ଆରମ୍ଭ କରନ୍ତି ପଶୁ-ପକ୍ଷୀ

ଧାର୍ମିକ ବିଶ୍ବାସ ଅନୁଯାୟୀ, ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା ଭାବେ ବିବେଚିତ, ଯାହା ମଣିଷ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ବାସ କରନ୍ତି। ତେବେ ଆପଣ ଜାଣିଛନ୍ତି କି କେବଳ ମଣିଷ ଉପରେ ନୁହେଁ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ସୂର୍ଯ୍ୟପରାଗ। ସେଥିପାଇଁ ସୂର୍ଯ୍ୟପରାଗ ସମୟରେ ପଶୁପକ୍ଷୀମାନେ ଅଜବ ଗତି କରିବା ଆରମ୍ଭ କରୁଥିବା ପରିଲକ୍ଷିତ ହେଉଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।
ଏକ ରିପୋର୍ଟ ଅନୁଯାୟୀ ଜଣାଯାଇଛି ଯେ ସୂର୍ଯ୍ୟପରାଗ ସମୟରେ କେତେକ ପ୍ରଜାତିର କୀଟପତଙ୍ଗ ହଠାତ୍ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାନ୍ତି। ଏହି ସମୟରେ ସେମାନେ ନିଜର ବସା ଭାଙ୍ଗିଦେଇଥାନ୍ତି ଏବଂ ସୂର୍ଯ୍ୟପରାଗ ଶେଷ ହେବା ପରେ ସେମାନେ ଏହାକୁ ପୁନଃ ତିଆରି କରିଥାନ୍ତି। ସେହିପରି ପକ୍ଷୀଗୁଡ଼ିକଙ୍କ ମଧ୍ୟରେ ସମାନ ଢଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଯେଉଁ ଅଞ୍ଚଳରେ ଖାଦ୍ୟ ଅନ୍ବେଷଣ ପାଇଁ ସେମାନେ ସାଧାରଣତଃ ଦିନସାରା ଉଡ଼ିଥାନ୍ତି,ସେହି ଅଞ୍ଚଳରେ ସୂର୍ଯ୍ୟପରାଗ ପୂର୍ବରୁ ନିଜ ବସାକୁ ଫେରିଯାଆନ୍ତି।
ସୂର୍ଯ୍ୟପରାଗ ସମୟରେ ପକ୍ଷୀମାନେ ଦିନ ରାତି ବିଷୟରେ ଜାଣି ପାରିନଥାନ୍ତି ଓ ସେମାନେ ବିଭିନ୍ନ ସ୍ଥାନକୁ ଉଡ଼ିବା ଆରମ୍ଭ କରିଥାନ୍ତି।  ୨୦୧୦ ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ  ଆର୍ଜେଣ୍ଟିନା ଏବଂ ବ୍ରାଜିଲ ପରି ଦେଶରେ ମିଳୁଥିବା ଏକ ପ୍ରଜାତିର ମାଙ୍କଡ଼, ’ନାଇଟ୍ ମଙ୍କି’ ଚନ୍ଦ୍ରଗ୍ରହଣ ସମୟରେ ଭୟଭୀତ ହୋଇଥାନ୍ତି। ଯେଉଁଠାରେ ସେମାନେ ସାଧାରଣତଃ ଗଛ ଉପରୁ ତଳକୁ ଡେଇଁପଡିଥାନ୍ତି। ଅପରପକ୍ଷରେ ସୂର୍ଯ୍ୟପରାଗ ସମୟରେ ସେମାନେ ଗଛ ଉପରେ ଚାଲିବାକୁ ଭୟ କରିଥାନ୍ତି।

Comments are closed.