ସିଏଏରେ ମୁସଲମାନଙ୍କୁ ସାମିଲ କରାଯାଉ: ଚନ୍ଦ୍ର ବୋଷ

କଳକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଣଜା ତଥା ପଶ୍ଚିମବଙ୍ଗ ବିଜେପି ଉପ-ସଭାପତି ଚନ୍ଦ୍ର ବୋଷ ସଂଶୋଧିତ ନାଗରିକ ଆଇନ (ସିଏଏ) ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହି ଆଇନରେ ଅନ୍ୟ ସଂଖ୍ୟାଲଘୁଙ୍କ ଭଳି ମୁସଲମାନଙ୍କୁ ସାମିଲ ପାଇଁ ସେ ଦାବି କରିବା ସହ ପ୍ରତିବାଦକୁ ଅବଜ୍ଞା କରି ଜୋର୍‌ଜବରଦସ୍ତ ଆଇନ ଲାଗୁ କରାଯିବାକୁ ନାପସନ୍ଦ କରିଛନ୍ତି। ଆଇନକୁ ନେଇ ଶାସକ ଓ ବିରୋଧୀ ଦଳ ଭୟର ବାତାରବଣ ସୃଷ୍ଟି କରୁଛନ୍ତି; ତେଣୁ ସରକାର ଏଥିରେ ମୁସଲମାନଙ୍କୁ ସାମିଲ ଦ୍ବାରା ସ୍ବଚ୍ଛତା ପ୍ରତିପାଦନ କରିବା ଉଚିତ ବୋଲି ଚନ୍ଦ୍ର କହିଛନ୍ତି। ପୂର୍ବରୁ ମଧ୍ୟ ସେ ସିଏଏରେ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର ଉଠାଇଥିଲେ।

Comments are closed.