କାନ୍ଦିକାନ୍ଦି ବିଧାନସଭା ଛାଡ଼ିଲେ ଚନ୍ଦ୍ରବାବୁ

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଶୁକ୍ରବାର ଅପମାନଜନକ ପରିସ୍ଥିତିରେ କାନ୍ଦିକାନ୍ଦି ବିଧାନସଭା ପରିତ୍ୟାଗ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ହେଲେ ଯାଇ ବିଧାନସଭାକୁ ଫେରିବ ବୋଲି ଘୋଷଣା କରିଛନ୍ତି। ବିଧାନସଭାରେ ତାଙ୍କ ପ୍ରତି ଓ ତାଙ୍କ ପତ୍ନୀ ଭୁବନେଶ୍ବରୀଙ୍କ ପ୍ରତି ସରକାରୀ ଦଳର ସଦସ୍ୟଙ୍କ ଆପତ୍ତିଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ ସେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଗତ ଅଢ଼େଇ ବର୍ଷ ଧରି ସେ ସରକାରୀ ଦଳର ସଦସ୍ୟଙ୍କ ଦ୍ବାରା ଅପମାନ ସହ୍ୟ କରିଆସୁଛନ୍ତି ଏବଂ ନିରବ ରହୁଛନ୍ତି। ତାଙ୍କ ପରିବାର ପ୍ରତି ବ୍ୟକ୍ତିଗତ ଆକ୍ଷେପ କରାଯାଉଛି । ଏହା ସତ୍ତ୍ବେ ସେ କାହାକୁ କେବେ ଅସମ୍ମାନ କରି ନାହାନ୍ତି; କିନ୍ତୁ ଏବେ ଏହା ଅସହ୍ୟ ହେଲାଣି। ତାଙ୍କୁ ଗୃହରେ କହିବାର ସୁଯୋଗ ଦିଆଯାଉ ନାହିଁ ବୋଲି ସେ ଦର୍ଶାଇଛନ୍ତି। ସେ କାନ୍ଦୁଥିବାବେଳେ ଦଳୀୟ ନେତାମାନେ ତାଙ୍କୁ ବୁଝାସୁଝା କରିଥିଲେ।

Comments are closed.