୪୫ ବର୍ଷ ତଳେ ଚନ୍ଦ୍ରରୁ ଆସିଥିବା ପଥର ବିଷୟରେ ଗବେଷଣା କରିବ ନାସା

0

ନ୍ୟୁୟର୍କ:  ଚନ୍ଦ୍ରରେ ପ୍ରଥମେ ଅନ୍ୟ ଗ୍ରହର ଜୀବ ବାସ କରୁଥିଲେ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । ଏପରି ଚନ୍ଦ୍ରର ମେରୁ ନିକଟରେ ବରଫ ଖଣ୍ଡ ମିଳିଛି । ଭାରତର ଚନ୍ଦ୍ରାୟନ-୧ ଚନ୍ଦ୍ରରେ ଜଳ ଥିବାର ଫଟୋ ଉତ୍ତୋଳନ କରିଥିଲା । ଏବେ ୪୫ ବର୍ଷ ତଳେ ମହାକାଶଚାରୀମାନେ ଚନ୍ଦ୍ରରୁ ଆଣିଥିବା ଏକ ପଥର ଖଣ୍ଡ ଉପରେ ଗବେଷଣା କରିବ ।

ନାସାର ବୈଜ୍ଞାନିକମାନେ ସେତେ ବେଳେ ୬ ଥର ଚନ୍ଦ୍ରରେ ଅବତରଣ କରିଥିଲେ । ଏଥିରେ ସେମାନେ  ପ୍ରାୟ ୨,୨୦୦ଟି ପଥର ଖଣ୍ଡ ସଂଗ୍ରହ କରି ପୃଥିବୀ ପୃଷ୍ଟକୁ ଆଣିଥିଲେ । ଏହାର ମାତ୍ର ୧୬ ପ୍ରତିଶତ ଶିଳା ଖଣ୍ଡ ଉପରେ ଗବେଷଣା କରାଯାଇଛି । ୮୪ ପ୍ରତିଶତ ଶିଳାଖଣ୍ଡ ଏବେବ ସେମତି ଗବେଷଣା ଗାରରେ ରଖାଯାଇଛି ।

ଏହି ଶିଳା ଖଣ୍ଡରୁ କିଛି ଶିଳାକୁ ବିଭିନ୍ନ ସଂଗ୍ରହାଳୟକୁ ଲୋକଙ୍କୁ ପ୍ରଦର୍ଶନ କରିବା ଉଦେଶ୍ୟରେ ଦିଆଯାଇଛି । ୧୯୭୨ରେ ଆପୋଲୋ ମିସନରେ ଶେଷ ଥର ପାଇଁ ମଣିଷ ଚନ୍ଦ୍ର ପୃଷ୍ଟରେ ପାଦ ରଖିଥିଲା । ତାପର ଠାରୁ ଆଉ ଚନ୍ଦ୍ର ଅଭଯୋନ କରାଯାଇ ନାହିଁ ।

Leave A Reply