କାଳ ହେଲା ଘନ କୁହୁଡି; ୧୨ଟି ଗାଡି ଧକ୍କା, ଆରପାରିକୁ ଚାଲିଗଲେ ଗୋଟିଏ ପରିବାର

0

ଝାଜ୍ଜର: ହରିୟାଣାର ଝାଜ୍ଜରରେ ୭୧ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତଦ ସଡକ ଦୁର୍ଘଟଣା ଘଟିଛି । ଘନ କୁହୁଡି କାରଣରୁ ୧୦ରୁ ୧୨ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ରୋହତକ ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥରେ ଥିବା ବାଦଲୀ ଫ୍ଲାଏ-ଓଭରରେ ଏହି ଦୁର୍ଘଟଣା ଘଟିଛି । ମୃତକ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । କିଡୋତ ଗ୍ରାମର ଏହି ପରିବାର କୌଣସି ସମ୍ପର୍କୀୟଙ୍କ ମୃତ୍ୟୁର ଶୋକ ପାଳିବା ପାଇଁ ନଜଫଗଡ ଯାଉଥିଲେ । ଦୁର୍ଘଟଣା ପରେ ୫ କିମି ଧରି ରାସ୍ତା ଜାମ ରହିଛି ।

Leave A Reply