ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ :  ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଏସପି କେ. ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ଚନ୍ଦନଯାତ୍ରା ସମୟରେ ଶ୍ରୀ ଜୀଉଙ୍କ ସମସ୍ତ ନୀତିକାନ୍ତି କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଶ୍ରୀଜୀଉଙ୍କ ଜଳକ୍ରୀଡ଼ା, ପୁଲିସ ଓ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।

ଅନ୍ୟ ପକ୍ଷରେ ଆସନ୍ତା ୫ ତାରିଖରେ ରଥଯାତ୍ରା ନେଇ ପୁରୀରେ ସମନ୍ୱୟ କମିଟି ବୈଠକ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.