ଚନ୍ଦନ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଗଞ୍ଜାମ : ଗଞ୍ଜାମ ସହରରେ ହେବାକୁ ଥିବା ଐତିହାସିକ ଚନ୍ଦନ ଯାତ୍ରା ପାଇଁ ଶ୍ରୀରାମ ନବମୀ ତିଥି ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ସାମନ୍ତରା ସାହିର ଶ୍ରୀ ମଦନ ମୋହନ ଗୋପୀନାଥ ସ୍ବାମୀଙ୍କ ମନ୍ଦିର ସମ୍ମୁଖରେ ରହିଥିବା ସାମନ୍ତରା ପୁଷ୍କରିଣୀ(ଚାପ ପୋଖରୀ )ରେ ଅସାନ୍ତା ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ସାମନ୍ତରା ସାହିର କୋଠ ଘରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ରବିବାର ରାତିରେ ଅନୁଷ୍ଠିତ ହୋଇ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକ କରେ ଗଞ୍ଜାମ ଏନଏସିର ଉପ ନଗରପାଳ ସୁରେନ୍ଦ୍ର କୁମାର ବାରିକି, ଉପେନ୍ଦ୍ର ଆଚାର୍ଯ୍ୟ, କୈଳାସ ଆଚାର୍ଯ୍ୟ, ବିଶ୍ଵନାଥ ସାମନ୍ତରା, ନବ କିଶୋର ପଣ୍ଡା, ଜଗନ୍ନାଥ ଆଚାର୍ଯ୍ୟ, ଗଣେଶ ମହାରଣା, ଲିଙ୍ଗରାଜ ପଟ୍ଟନାୟକ, ସୁରେଶ କୁମାର ପଣ୍ଡା ପ୍ରମୁଖ ସାମନ୍ତରା ସାହି ଓ କରଣସାହି ଭଦ୍ରବ୍ୟକ୍ତିଙ୍କ ନିଷ୍ପତ୍ତି ପରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା। ଠାକୁରଙ୍କ ନୌକା ବିହାର ପାଇଁ ନୌକା ସଂଗ୍ରହ କରି ପୁଷ୍କରିଣୀକୁ ନେଇ ଆସିବା ନିମନ୍ତେ ଦାମୋଦରପୁର ଗ୍ରାମବାସୀଙ୍କ ସହ ସାକ୍ଷାତ ଆଲୋଚନା କରାଯାଇଛି । ଚଳିତ ବର୍ଷ ମହାଆଡମ୍ବର ସହକାରେ ଚନ୍ଦନଯାତ୍ରା ଆୟୋଜିତ ହେବା ନେଇ ଆୟୋଜକଙ୍କ ଠାରୁ ସୂଚନା ମିଳିଛି ।

Comments are closed.