ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ

ଭୁବନେଶ୍ବର: ଚନ୍ଦକା ଅଭ୍ୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ଘଟିଛି। ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ନନ୍ଦ ହାତୀର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଗତ ୩ ଦିନ ଧରି ଅସୁସ୍ଥ ଥିଲା ନନ୍ଦ। ଚିକିତ୍ସା ପରେ ବି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା। ଶେଷରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଥିଲା ଏବଂ ହାତୀ ନନ୍ଦର ମୃତ୍ୟ ଘଟିଥିଲା।
ନନ୍ଦ ତାଲିମ ପ୍ରାପ୍ତ କୁମ୍‌କି ହାତୀ। ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ନନ୍ଦ ହାତୀ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ପୂର୍ବରୁ ନନ୍ଦନକାନନରେ ଥିଲା ନନ୍ଦ ହାତୀ। ପର୍ଯ୍ୟଟକଙ୍କ ପାଖରେ ବେଶ ପରିଚିତ ଥିଲା ହାତୀ ନନ୍ଦ। ମାହୁନ୍ତକୁ କଚାଡ଼ି ମାରିବା ପରେ ନନ୍ଦ ଗୋଡ଼ରେ ଲାଗିଥିଲା ଶିକୁଳି। ମାନସିକ ଯାଞ୍ଚ ପରେ ନନ୍ଦ ହାତୀକୁ ୨୦୧୦ରେ ବେଡ଼ିମୁକ୍ତ କରାଯାଇଥିଲା। ଜଙ୍ଗଊ ସୁରକ୍ଷା ହେଉ କି ଅନ୍ୟ ହାତୀକୁ ଘଉଡ଼ାଇବା କିମ୍ବା ଜନସାଧାରଣଙ୍କୁ ନିଜର ଦୁଷ୍ଟାମି ଦେଖାଇବା ସବୁଥିରେ ଚର୍ଚ୍ଚାରେ ରହିଥିଲା ନନ୍ଦ ହାତୀ। ଏଣିକି ଆଉ ନନ୍ଦ ହାତୀର ଦୁଷ୍ଟାମି ଦେଖିବାକୁ ମିଳିବ ନାହିଁ। କାରଣ ସେ ଅଫେରା ରାଇଜକୁ ଚାଲିଯାଇଛି।
ଚନ୍ଦକା ଅଭୟାରଣ୍ୟ ଭିତରେ ନନ୍ଦ ହାତୀର ମୃତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ। ଟ୍ରାଙ୍କୁଲାଇଜର ଜରିଆରେ ନନ୍ଦ ହାତୀକୁ ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ଡିଏଫଓ ଅସ୍ବୀକାର କରିବା ସହିତ ନନ୍ଦ ହାତୀ ରୋଗାଗ୍ରାନ୍ତ ଥିଲା ଏବଂ ତାକୁ ଉପଯୁକ୍ତ ଔଷଧ ଦିଆଯାଇଥିଲା ବୋଲି କହିଛନ୍ତି। ହାତୀ ନନ୍ଦକୁ ବଞ୍ଚାଇବା ପାଇଁ ପ୍ରାଣୀ ଚିକିତ୍ସକ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇନଥିଲେ ଏବଂ ଶେଷରେ ନନ୍ଦ ହାତୀର ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ସେପ୍ଟିସେମିଆ ଜନିତ ହାତୀ ନନ୍ଦର ମୃତ୍ୟୁ ହୋଇଛି ବୋଲି ଓୟୁଏଟି ଭେଟେନାରୀ ଡିନ ତଥା ପାଥୋଲୋଜି ବିଭାଗ ମୁଖ୍ୟ ସୁଶେନ ପଣ୍ଡା ପ୍ରକାଶ କରିଛନ୍ତି। ନନ୍ଦର ଶରୀରରେ ବ୍ୟାକ୍‌ଟେରିଆ ଇନ୍‌ଫେକସନ୍ ହୋଇଥିଲା ଏବଂ ଅଧିକ ପରୀକ୍ଷା ପାଇଁ ନମୂନା ଲାବରେଟୋରି ଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.