ଚନ୍ଦକା ଅଭୟାରଣ୍ୟରେ ୨୨୮୪୦ ପକ୍ଷୀ

ଚନ୍ଦକା: ଚନ୍ଦକା ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଚଳିତ ବର୍ଷ ଏଠାକୁ ମୋଟ ୨୨ ହଜାର ୮୪୦ ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ଅଧିକ। ଚଳିତ ବର୍ଷ ଅଭୟରଣ୍ୟର ୪ଟି ସ୍ଥାନ ଚନ୍ଦକା, ଭୁବନେଶ୍ବର, ଡମପଡା ଓ ହଳଦିଆ ରେଞ୍ଜର ୨୭ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲା। ୫୨ ପ୍ରକାରର ଆର୍ଦ୍ରଭୂମି ପକ୍ଷୀ, ୭ ପ୍ରକାର ଆର୍ଦ୍ରଭୂମି ନିର୍ଭରଶୀଳ ପକ୍ଷୀ, ୨୯ ପ୍ରକାରର ବିଦେଶୀ ପକ୍ଷୀ ଥିଲେ।

ଏହାବ୍ୟତୀତ ଅତିରିକ୍ତ ୫୬୨ଟି ୩୨ ପ୍ରକାରର ଶୁଷ୍କଭୂମି ପକ୍ଷୀ ପକ୍ଷୀ ଆସିଥିବା ଗଣନାରୁ ଜଣାଯାଇଛି। ସେମାନଙ୍କ ମଧ୍ୟରେ ପାତିହଂସ, ଜଟିଆ ଗେଣ୍ଡି, ହଂସରାଳି, ଚକୁଆ ଚକୋଇ, ଚକୁଆ ଗେଣ୍ଡି, କାମ ଚଢ଼େଇ, ଜଟିଆ ବଗ, ଡାହୁକ, ମାଣ୍ଡିଆଖାଇ, ଖପରଖାଇ, ଖଇରା ବଗ ଓ ଗେଣ୍ଡାଳିଆ ଆଦି ସାମିଲ। ସୂଚନାଯୋଗ୍ୟ ଗତବର୍ଷ ଚନ୍ଦକା ଅଭୟାରଣ୍ୟକୁ ୨୧ ହଜାର ୯୪୮ଟି ପକ୍ଷୀ ଆସିଥିବା ଜଣାପଡ଼ିଥିଲା।

Comments are closed.