ଚାନ୍ଦବାଲିରେ ବେଆଇନ କରତ କଳ ଉପରେ ଚଢ଼ଉ ଯନ୍ତ୍ରାଂଶ ସମେତ ୧୦ ଟ୍ରାକ୍ଟର କାଠ ଜବତ

ଚାନ୍ଦବାଲି: ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ନୟାହାଟରେ ବେଆଇନ କରତ କଳ ଉପରେ ଶନିବାର ବଡ଼ ଧରଣର ଚଢ଼ଉ କରାଯାଇଛି। ଏକ ବିଶେଷ ସୁତ୍ରରୁ ଖବର ପାଇ ନୂତନ ଭାବରେ ନିଯୁକ୍ତି ପାଇଥିବା ଚାନ୍ଦବାଲି ଡ଼ି.ଏଫ‘.ଓ ପୂଣ୍ଣିମା ପି ଚଢଉ କରିଥିଲେ।ଚାନ୍ଦବାଲି କଲେଜ ନିକଟରେ ବେଆଇନ କରତ କଳ ଚାଲିଥିବା ବେଳେ ଅଚାନକ ସଦଳେ ବଳେ ଚଢ଼ାଉକରି ୧୦ ଲକ୍ଷ ଟଙ୍କାର ସରଞ୍ଜାମ ଯନ୍ତ୍ରାଂଶ ସହିତ ୧୦ଟ୍ରାକ୍ଟର କାଠ ଜବତ କରାଯାଇଛି। ଜବତ ହୋଇଥିବା କାଠର ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି। ପୋକଲିନ ସାହାର୍ୟ୍ୟରେ ଏହି ମିଲର ମେସିନକୁ ଉଠାଇ ନିଆଯାଇଥିବା ବେଳେ ବହୁ ପରିମାଣର କାଠ ଲଗ ଗୁଡିକ ସିଜ କରାଯାଇଥିଲା। ସିଜ ହୋଇଥିବା ଯନ୍ତ୍ରୀଂଶ ମଧ୍ୟରେ ୨ଗୋଟି ପମ୍ପ, ମଟର, ଡ଼ାଇନାମା, କଟର, କରତ,ଟ୍ରଲି, ବହୁତ ସରଞ୍ଜାମ ରହିଛି। ସମସ୍ତ ଯନ୍ତ୍ରାଂଶ ଚାନ୍ଦବାଲି ଡ଼ି.ଏଫଓଙ୍କ କାର୍ୟ୍ୟାଳୟରେ ରଖାଯାଇଛି। ତେବେ ଆଗାମୀ ଦିନରେ ଭଦ୍ରକ ବନ୍ୟପ୍ରାଣୀ ଅଧିକାରୀଙ୍କ ତରଫରୁ ଏଦିଗରେ ତୀକ୍ଷ୍ମ ନଜର ଦିଆଯିବ ବୋଲି ଡିଏଫଓ ସୁଚନା ଦେଇଛନ୍ତି।

Comments
Loading...