ଚାଣକ୍ୟ ନୀତି: ଯେଉଁଘରେ ହୁଏ ଏହି କାମ, ସେଠାରେ ସର୍ବଦା ରହେ ମା’ ଲକ୍ଷ୍ମୀଙ୍କ କୃପା

ଆଚାର୍ଯ୍ୟ ଚାଣକ୍ୟ ଅନେକ ଗ୍ରନ୍ଥ ରଚନା କରିଛନ୍ତି, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ କଥା ବିଷୟରେ ସୂଚନା ଦେଇଛନ୍ତି। ଆଧୁନିକ ଯୁଗରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି କାର୍ଯ୍ୟ ବିଷୟରେ କହିଛନ୍ତି, ଯାହା ପ୍ରତିଦିନ କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଏପରି ଘରେ କେବେ କାହାକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େନାହିଁ।

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ଘରେ ଲୋକେ ବିଦ୍ବାନମାନଙ୍କ କଥା ମାନନ୍ତିି ଏବଂ ସମ୍ମାନ କରନ୍ତି, ସେ ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏପରି ଘରେ କୌଣସି ଜିନିଷର ଅଭାବ ହୁଏ ନାହିଁ।

ଯେଉଁଘରେ ଲୋକେ ପଣ୍ଡିତମାନଙ୍କ କଥା ମାନନ୍ତି, ସେ ଘରେ ସର୍ବଦା ଶୁଭ କାର୍ଯ୍ୟ ହୋଇଥାଏ। ମା’ ଲକ୍ଷ୍ମୀ ଏପରି ଘରେ ରହିବାକୁ ପସନ୍ଦ କରନ୍ତି ଯେଉଁଠାରେ ପୂଜା ପାଠ ଏବଂ ହୋମ ଯଜ୍ଞ କରାଯାଏ। ସେଥିପାଇଁ କୁହାଯାଇଛି ଯେ ମଣିଷ ସର୍ବଦା ଜ୍ଞାନୀ ଲୋକଙ୍କ ସଙ୍ଗତରେ ରହି ସେମାନଙ୍କ କଥା ମାନିବା ଉଚିତ୍।

ଆମେ ସର୍ବଦା ଅନ୍ନକୁ ସମ୍ମାନ ଦେବା ଉଚିତ। ଥାଳିରେ କେବେହେଲେ ଭୋଜନ ଛାଡ଼ିବା ଉଚିତ ନୁହେଁ। ଚାଣକ୍ୟଙ୍କ ଅନୁଯାଯୀ, ଯେଉଁ ଘରେ ଅନ୍ନର ସମ୍ମାନ କରାଯାଏ ଓ ଖାଦ୍ୟ ନଷ୍ଟ କରା ନଯାଏ, ଏପରି ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଅନ୍ନକୁ ବ୍ରହ୍ମାଙ୍କ ରୂପ ଭାବେ ବିବେଚନା କରାଯାଏ, ତେଣୁ ଖାଦ୍ୟ କେବେବି ଅତ୍ୟଧିକ ବ୍ୟବହାର କିମ୍ବା ଅପବ୍ୟବହାର କରାଯିବା ଉଚିତ ନୁହେଁ। କେବେହେଲେ ଖାଦ୍ୟ ଫିଙ୍ଗିବା ଉଚିତ୍ ନୁହେଁ। ଭୋଜନ ସମୟରେ, ନିଜ ଥାଳିରେ ସେତିକି ଖାଦ୍ୟ ଆଣନ୍ତୁ ଯେତିକି ଆପଣ ଖାଇ ପାରିବେ।

ଯେଉଁ ଘରେ ପତି-ପତ୍ନୀ ମଧ୍ୟରେ ଭଲପାଇବା ରହିବା ସହ ପରସ୍ପରର ଭାବନାକୁ ସମ୍ମାନ କରନ୍ତି, ଏପରି ଘରେ ସର୍ବଦା ସମୃଦ୍ଧି ଓ ସୁଖଶାନ୍ତି ବଜାୟ ରହିଥାଏ। ଦେବୀ ଲକ୍ଷ୍ମୀ ମଧ୍ୟ ଏପରି ଘରେ ରହିବାକୁ ପସନ୍ଦ କରନ୍ତି। ଯେଉଁ ଘରେ ପତି-ପତ୍ନୀ ପ୍ରତିଦିନ ଝଗଡ଼ା କରନ୍ତି, ଏପରି ଘରୁ ମା’ଲକ୍ଷ୍ମୀ କ୍ରୋଧରେ ଚାଲିଯାଆନ୍ତି। ତେଣୁ ପତି-ପତ୍ନୀ ସର୍ବଦା ପ୍ରେମ ଓ ବୁଝାମଣା ସହିତ ବଞ୍ଚିବା ଉଚିତ।

 

Comments are closed.