ସ୍ବାଦିଷ୍ଟ ଚଣା ଡାଲି ପରଠା

ଆବଶ୍ୟକୀୟ ସାମଗ୍ରୀ : ୨ କପ୍ ଚଣା ଡାଲି, ୨ କପ୍ ଅଟା, ୨ରୁ ୩ଟି ଗୋଲମରିଚ, ଗୋଟିଏ ଖଣ୍ଡ ଡାଲଚିନି, ୧/୪ ଚାମଚ ନାଲି ଲଙ୍କା ପାଉଡର, ୧/୪ ଚାମଚ ଜିରା, ଲୁଣ ସ୍ବାଦ ଅନୁଯାୟୀ, ପାରଠା ସେକିବାକୁ ତେଲ, ପାଣି।

-ପ୍ରେସର କୁକରରେ ଡାଲି, ଗୋଲମରିଚ ଗୁଣ୍ଡ, ଜିରା, ଡାଲଚିନି, ନାଲି ଲଙ୍କା, ଲୁଣ ଏବଂ ଏକ କପ୍ ପାଣି ଦେଇ ମଧ୍ୟମ ଆଞ୍ଚରେ ୫ରୁ ୬ଟି ସିଟି ଦିଅନ୍ତୁ।

– ପ୍ରେସର କୁକୁର ଥଣ୍ଡା ହୋଇଗଲା ପରେ ପାଣି ବାହାର କରି ମସଲା ଓ ଡାଲିକୁ ପେଷି ଦିଅନ୍ତୁ।  

– ଅଟାକୁ ନରମ କରି ଚକଟି ୮ରୁ ୧୦ଟି ଗୁଳା କରନ୍ତୁ।

-ପରେ ପ୍ରତି ଗୁଳାକୁ ମୋଟା ଆକାରରେ ବେଲି ତା ମଝିରେ ଦୁଇ ଚାମଚ ଲେଖାଏଁ ଡାଲି ପେଷ୍ଟ ଦେଇ ପରଠା ଆକାରର ବେଲନ୍ତୁ। ଆଳୁ ପରଠା ଭଳି ଏହାକୁ ବେଲନ୍ତୁ।

-ବର୍ତ୍ତମାନ ଚୁଲାରେ ପ୍ୟାନ୍ ବସାଇ ପରଠାର ଉଭୟ ପାର୍ଶ୍ବକୁ ସେକନ୍ତୁ। ପରେ ତେଲ ଦେଇ ମଧ୍ୟ ଉଭୟ ପାର୍ଶ୍ବକୁ ସେକନ୍ତୁ।

-ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଚଣା ଡାଲି ପରଠା ।

Comments are closed.