‘ଚଳଚ୍ଚିତ୍ର ଜଗତ’ ପ୍ରତିଭା ସମ୍ମାନ – ୨୦୧୯ : ବାବୁଶାନ-ବର୍ଷା ଶ୍ରେଷ୍ଠ ନାୟକ-ନାୟିକା

ଭୁବନେଶ୍ବର : ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଓ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯ ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୧୯ ପାଇଁ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ କୃତୀ କଳାକାର ଓ ଟେକ୍‍ନିସିଆନଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ସବରେ ଶ୍ରେଷ୍ଠ ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର, କାହାଣୀକାର ଦିଲୀପ ଦାଶ, ନବାଗତା ନାୟିକା ଅନନ୍ୟା ମହାନ୍ତି, ନବାଗତ ନାୟକ ଶ୍ରେୟାନ୍‍ ନାୟକ, ପାର୍ଶ୍ବ ଅଭିନେତା (ଯୁଗ୍ମ) ଶ୍ରୀତମ ଦାସ, ଶୁଭାଶିଷ ନାଥ ଶର୍ମା, ପାର୍ଶ୍ବ ଅଭିନେତ୍ରୀ (ଯୁଗ୍ମ) ବେବି ପ୍ରଧାନ, ପ୍ରତିଭା ପଣ୍ଡା, ସଂଳାପକାର ଦେବୀଦତ୍ତ ମହାନ୍ତି, ଚରିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, କ୍ଷୁଦ୍ର ପ୍ରାମାଣିକ ଚିତ୍ର ସନ୍ନି ଦି ସନ୍‍ ଅଫ୍‍ ରିଭର ମହାନଦୀ (ପ୍ରଯୋଜକ- ଡ. ଶ୍ୱେତ କୁମାର ଦାଶ), କଳାତ୍ମକ ଚିତ୍ର କୋକଲି (ପ୍ରଯୋଜକ- ସ୍ନେହାଶିଷ ଦାସ), ସଂସ୍କାରଧର୍ମୀ ଚଳଚ୍ଚିତ୍ର- ମା’ ନୁହେଁ ପତିତା (ପ୍ରଯୋଜକ- ଡା. ରମାରମଣ ଷଡ଼ଙ୍ଗୀ ଓ ଡା. ସରୋଜିନୀ ଷଡ଼ଙ୍ଗୀ), ଚରିତ୍ର ଅଭିନେତ୍ରୀ- ନମ୍ରତା ଦାସ, ନାୟିକା ବର୍ଷା ପ୍ରିୟଦର୍ଶିନୀ, ନାୟକ ବାବୁଶାନ୍‍, ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‍) ବୈଶାଳୀ, (ପପୁଲାର) ମିଷ୍ଟର ମଜ୍‌ନୁ, ନିର୍ଦେଶକ (କ୍ରିଟିକ୍‍) ବବି ଇସ୍‍ଲାମ୍‍, (ପପୁଲାର) ଅଶୋକ ପତି, ଗୀତିକାର ପଞ୍ଚାନନ ନାୟକ, ଖଳନାୟକ ସନ୍ଦୀପ ପାଣି, ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ ରାଇମୋହନ ପରିଡ଼ା, ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ, ପ୍ରଚ୍ଛଦପଟ୍ଟ ଗାୟକ ସରୋଜ ପ୍ରଧାନ, ପ୍ରଚ୍ଛଦପଟ୍ଟ ଗାୟିକା ନିବେଦିତା, ଚିତ୍ରୋତ୍ତଳନକାରୀ- ରବୀନ୍ଦ୍ର ବେହେରା, ଆଲୋକ ସମ୍ପାତକାରୀ ପୀତାମ୍ବର ସାହୁ, କଳା ନିର୍ଦେଶକ ନିବାରଣ ଷଡ଼ଙ୍ଗୀ, ହାସ୍ୟାଭିନେତା ଦୀପକ ତ୍ରିପାଠୀ, ଆଭୂଷଣକାରୀ ଶରତ କୁମାର ବେହେରା, ପ୍ରଡକ୍ସନ୍‍ ବୟ ମାନସ ବେହେରା, ରୂପସଜ୍ଜାକାରୀ ଉତ୍ସବ ମହାରଣା ଓ ଚଳଚ୍ଚିତ୍ର ସାମ୍ବାଦିକ ହରପ୍ରସାଦ ମହାପାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

 

ଶେଷ୍ଠ ନାୟକ ସମ୍ମାନ ଗ୍ରହଣ କରୁଛନ୍ତି ଅଭିନେତା ବାବୁଶାନ୍‍

ସେହିପରି ଶ୍ରେଷ୍ଠ ଧାରାବାହିକ ନାୟକ (ଯୁଗ୍ମ) ଜଗ୍‍ଜିତ୍‍ ପାଲ (ନୂଆବୋହୂ), ଏମ୍‍. ସୁମନ କୁମାର (କୁଆଁରୀ ବୋହୂ), ଅଭିନେତ୍ରୀ (ଯୁଗ୍ମ) ଶୁଭଶ୍ରୀ ନାୟକ (ସାବିତ୍ରୀ), ନିହାରିକା ଦାଶ (କାଳିଜାଈ), ଚରିତ୍ର ଅଭିନେତା ପୃଥ୍ୱୀରାଜ ନାୟକ (କୁଆଁରୀ ବୋହୂ), ଚରିତ୍ର ଅଭିନେତ୍ରୀ ଅଙ୍କିତା କର (କାଳିଜାଈ), ଖଳନାୟିକା ସୋମା ଭୌମିକ୍‍ (ମୁଁ ବି ଅର୍ଦ୍ଧାଙ୍ଗିନୀ), ଖଳନାୟକ ପ୍ରକାଶ ଜେନା (ରହିଛି ରହିବି ତୋରି ପାଇଁ), ଉପସ୍ଥାପିକା ସୁଲଗ୍ନା ରାଉତରାୟ, ସ୍ୱତନ୍ତ୍ର ସମ୍ମାନ ଚେଲ୍‍ସି ବେହୁରା (କଣ୍ଠଶିଳ୍ପୀ), ଶ୍ରେଷ୍ଠ ପାଠକ ବିଶ୍ୱଜିତ୍‍ ରାଉତ, ଖୋର୍ଦ୍ଧା ଓ ଆଲୋକ ପଶାୟତ, ଝାରସୁଗୁଡ଼ାଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ନନ୍‍ ଫିଲ୍ମ ଗୀତ- ମିଛରେ କହିଦେ ଭଲ ପାଉବୋଲି…(ପ୍ରଯୋଜକ- ସିଦ୍ଧାର୍ଥ ମ୍ୟୁଜିକ୍‍, ଗୀତିକାର- ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦେଶକ- ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ- ହ୍ୟୁମାନ ସାଗର) ପୁରସ୍କୃତ ହୋଇଥିଲା।

ପ୍ରଥମେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଉଦ୍‍ଘାଟକରୂପେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ମୁଖ୍ୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ, ଅତିରିକ୍ତ ଶାସନ ସଚିବ ଦିଲୀପ ରାଉତରାୟ, ଆୟକର ବିଭାଗର ପୂର୍ବତନ ମୁଖ୍ୟ କମିଶନର ଶରତ କୁମାର ଦାଶ ଯୋଗଦେଇ ବିଭିନ୍ନ ବର୍ଗର କୃତୀ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପଦେଷ୍ଟା ନିର୍‍ତାର ନିର୍ଦେଶକ ପ୍ରଫେସର ଡା. ଶକ୍ତିିପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବାବେଳେ ବିବରଣୀ ପାଠ କରିଥିଲେ ସମ୍ପାଦକ ଆଦିକନ୍ଦ ରାଉତ। ସହ ସମ୍ପାଦକ ବିଜୟ ରାଉତରାୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଇଂ. ସ୍ଥିତପ୍ରଜ୍ଞ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।

Comments are closed.