ତରୁଣଙ୍କ ଦୁଷ୍ଟାମି ‘ଚାଲ୍‌ ଟିକେ ଦୁଷ୍ଟ ହବା’

0

କଟକ : ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଶୁକ୍ରବାର(୧୧ଜାନୁଆରୀ) ପରଦାକୁ ଆସିଛି। ଏହି ଚଳଚ୍ଚିତ୍ରରେ ନବାଗତ ତିନି ଜଣ ତରୁଣ କଳାକାର ରିସାନ୍‌, ସୟାଲି ଓ ମହିମାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ତାପସ ସରଘରିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ତେବେ ପରଦାରେ ତରୁଣ କଳାକାରଙ୍କ ଦୁଷ୍ଟାମି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ନିର୍ମାତାଙ୍କ ଆଶା ରହିଛି।

Leave A Reply