ପ୍ରଫେସର ଚକ୍ରଧର ତ୍ରିପାଠୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି

ଡେସ୍କ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ରାଷ୍ଟ୍ରପତି ତାଙ୍କୁ ୫ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ବିଶ୍ୱ ଭାରତୀ ଓ ଶାନ୍ତିନିକେତନରେ ପ୍ରଫେସର ଭାବେ କାର୍ଯ୍ୟରତ।

ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା।

Comments are closed.