ଚକାପାଦରେ ସେବା ସପ୍ତାହ ପାଳନ

ଚକାପାଦ: ଉତ୍କଳମଣି ଗୋପବନ୍ଧୁଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଆଜି ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ା ସ୍ଥିତ ବି.ବି. ହାଇସ୍କୁଲ ଓ ବସ୍ତିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉଭୟ ବିଦ୍ୟାଳୟରେ ବକୃତା ପ୍ରତିଯେଗାିତା କରାଯାଇଥିଲା। ଚକାପାଦ ବି.ଡ଼ି.ଓ ଅନିଲ୍‍ କୁମାର ପଟନାୟକ ଯୋଗଦେଇ ପିଲାମାନଙ୍କୁ ଗୋପବନ୍ଧୁଙ୍କ ଜୀବନୀ , ଆଦର୍ଶ ଓ ସେବା ଉପରେ ବୁଝାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ରତ୍ନ ମଞ୍ଜରୀ ସାହା ଓ ମମତା ବେହେରା ନିଜ ନିଜ ବିଦ୍ୟାଳୟରେ ପୁରସ୍କାର ବିତରଣ କରିଥିଲେ। ଏହି ଅବସରେ ବସ୍ତିଙ୍ଗିଆ ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଚକାପାଦ ପ୍ରତିନିଧି ପ୍ରତାପ କିଶୋର ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.