ପୁଣି ଚକଡ଼ା ଆଣିଛି ଚଡ଼କ; ଚାଷୀ ହତାଶ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ଚାଷୀଙ୍କ ପାଇଁ କାଳ ସାଜିଛି ଚକଡା ପୋକ । ଚକଡା ଓ ଅନ୍ୟ ପୋକ ଲାଗି ୧୩ଟି ବ୍ଲକର ପ୍ରାୟ ୨ ହଜାର ହେକ୍ଟର ଧାନ ଓ କପା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଫସଲ ନଷ୍ଟ ହେବା ପରେ ଚାଷୀର ଚିନ୍ତା ବଢିଯାଇଛି । ସ୍ଥିତି କ୍ରମଶଃ ସଙ୍ଗୀନ ହେବା ସହିତ ପ୍ରଶାସନର ଉଦାସୀନତା ଚାଷୀ କୁଳକୁ ହତାଶ କରିଛି। ତେଣୁ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ପୂର୍ବରୁ ଏଭଳି ସମସ୍ୟାକୁ ନେଇ ଅଭିଯୋଗ ହୋଇଥିଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ପୋକମରା ଔଷଧ କିଣି କ୍ଷେତରେ ପକାଇବାକୁ ପରାମର୍ଶ ଦେଇ ପ୍ରଶାସନ ଚୁପ୍ ବସିଥିଲା ବୋଲି ଅଭିଯୋଗ ହୋଇଥିଲା। ଚାଷୀମାନେ ଔଷଧ କିଣି ​କ୍ଷେତରେ ସିଞ୍ଚନ କରିଥିଲେ ମଧ୍ୟ ପୋକ ମରିବା ବଦଳରେ ସେମାନଙ୍କ ପ୍ରାଦୁର୍ଭାବ ବଢି ଯାଇଥିଲା। ଫଳରେ ଚାହୁଁଚାହୁଁ ଚକଡା ପୋକ ଲାଗି ୨ ହଜାରରୁ ଅଧିକ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏଭଳି ସମସ୍ୟାକୁ ନେଇ ଗତ ବର୍ଷ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅନେକ ଚାଷୀ ଆତ୍ମହତ୍ୟା କରିଥିଲେ ।

Leave A Reply