ଅନୁଗୋଳ: ଅଧା ବାଟରେ ଟ୍ରେନ୍ ଚେନ୍ ଟାଣି ୧୪ ସୁରତ ଫେରନ୍ତା ପ୍ରବାସୀ ଫେରାର

ଅନୁଗୋଳ: ସରକାରଙ୍କ ଅନୁରୋଧ ମାନୁ ନାହାନ୍ତି କିଛି ପ୍ରବାସୀ । ଓଡ଼ିଶାରେ ପହଞ୍ଚିବା ପରେ ସଙ୍ଗରୋଧ ଶିବିରରେ ଯାବତୀୟ ଗଣ୍ଡଗୋଳ କରୁଛନ୍ତି । ଏପରିକି ସଙ୍ଗରୋଧ ନିୟମକୁ ମଧ୍ୟ ଫାଙ୍କି ଚାଲିଛନ୍ତି । ନି​‌ଜେ ଅସୁବିଧାରେ ପଡ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି । ସୁରତରୁ ସ୍ବତନ୍ତ୍ର ଟ୍ରେନରେ ଆସୁଥିବା କିଛି ପ୍ରବାସୀ ଅନୁଗୋଳ ନିକଟରେ ଚେନ୍ ଟାଣି ଟ୍ରେନରୁ ଫେରାର ହେବା ଏହାର ଉଦାହରଣ ।

ସୂଚନା ଅନୁସାରେ ଅନୁଗୋଳ ଜିଲାର ମଝିକା ନିକଟରେ ପ୍ରବାସୀଙ୍କୁ ଘେନି ଆସୁଥିବା ଏକ ଟ୍ରେନର ଚେନ୍ ଟଣା ଯାଇଥିଲା । କିଛି ଅସୁବିଧା ହୋଇଥିବା ଭାବି ଟ୍ରେନ୍ ଡ଼୍ରାଇଭର ଟ୍ରେନ୍ ଅଟକାଇଥିଲେ । ଏହାର ସୁଯୋଗ ନେଇ ୨୦ ଜଣ ଟ୍ରେନରୁ ଓହ୍ଲାଇ ପଳାଇଥିଲେ । ତେବେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତରିତ କରିଛନ୍ତି । ଧରାପଡ଼ିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ଦେବଗଡ଼ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ତେବେ ଅନ୍ୟମାନଙ୍କର ଖବର ମିଳିନାହିଁ । ପୁଲିସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।

Comments are closed.