ଯୁବକଙ୍କ ବେକ କାଟି ଚେନ୍‌ ଲୁଟ୍‌ ଉଦ୍ୟମ; ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବ୍ରହ୍ମଗିରି: ପୁରୀ ସାତପଡ଼ା ଜାତୀୟପଥ କାଠୁଆ ଆରେଡି ଛକରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କ ବେକ କାଟି ଚେନ୍ ଛଡ଼ାଇ ନେବା ବେଳେ ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଲୋକେ। ଗୁରୁତର ଯୁବକ ଜଣକ କାଠୁଆ ଆରେଡୀ ଗାଁର କେଦାର ଲେଙ୍କା ବୋଲି ଜଣାପଡ଼ିଛି। ଗୁରୁତର ଯୁବକଙ୍କୁ ପ୍ରଥମେ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ଯୁବକକୁ ଲୋକେ ପୁଲିସ ଜିମା ଦେଇଛନ୍ତି।

Comments are closed.