ଚୌଦ୍ୱାରରେ କୋଟିଏ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ

ଚୌଦ୍ୱାର : ମୁକ୍ତା ଯୋଜନାରେ ଚୌଦ୍ୱାର ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଏଥିରେ ଅତିଥି ଭାବେ ଯୋଗଦେଇ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପୌରପାଳିକାର ୧୦, ୧୬, ୧୮ନଂ ୱାର୍ଡରେ ମିଶନ ଶକ୍ତି ଗୃହ ୨, ୬, ୧୪, ୧୬, ୧୭ନଂ ୱାର୍ଡରେ ଜଗିଙ୍ଗ ପାର୍କ ୧, ୭, ୧୩, ୧୭ନଂ ୱାର୍ଡରେ ମିନି ପାର୍କର ଶିଳାନ୍ୟାସ କରିବା ସହିତ ୱାର୍ଡ ନମ୍ବର ୪,୬,୯,୧୪ରେ ନିର୍ମାଣ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୃହର ଉଦଘାଟନ କରିଥିଲେ। ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୌର ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ମୁକ୍ତାର ପ୍ରକଳ୍ପ ସଂଯୋଜିକା ଦେବିକା ମହାନ୍ତି, ଅନୁଯନ୍ତ୍ରୀ ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ଶୁଭେନ୍ଦୁ ସାମଲ, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ଯୁବ ସଭାପତି ଅର୍ଜୁନ୍ ପଣ୍ଡା ପୂର୍ବତନ ଉପ ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଅଜୟ କୁମାର ବେହେରା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁଙ୍କ ସମେତ ପ୍ରତ୍ୟେକ ୱାର୍ଡ଼ର ସଭାପତି, ପୂର୍ବତନ କାଉନସିଲର, ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ଅଭିପ୍ସା ପଟ୍ଟନାୟକ, ଇଂ ସଞ୍ଜୟ ସାମଲ, ଶୁଭଶ୍ରୀ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.