ମହିଳାମାନେ ଆତ୍ମ ନିର୍ଭରଶୀଳ ହେଲେ ପରିବାରର ଆଥିକ ବିକାଶ ସମ୍ଭବ ହେବ

ଚୌଦ୍ୱାର: ସଫା ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ଶନିବାର ପାଳିତ ହୋଇ ଯାଇଛି । ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍, କଟକ ଜିଲା ପ୍ରଶାସନ ଓ ଜିଲା ସମାଜ ମଙ୍ଗଳ ସମିତିର ମିଳିତ ଆନୁକୁଲ୍ୟରେ ସଫା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଆୟୋଜେିତ ଏହି କାର୍ଯ୍ୟକ୍ରମକୁ ଜିଲା ସମାଜ ମଙ୍ଗଳ ଅଧିକାରୀ ସବିତା ରାଉତ ଉଦଘାଟଟନ କରିଥିଲେ ।

‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟାଦ୍ୱାରା ଲିଙ୍ଗଗତ ସମାନତା ହାସଲ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍୍ରରେ ମିଶନ ଶକ୍ତି ଡିପିସି ସ୍ୱାଗତିକା ପରିଡ଼ା, ଇମ୍ଫାର ଡିଜିଏମ୍ ଜି. ସାରଦା ପ୍ରସାଦ ରାଓ, ଟାଙ୍ଗୀ ବ୍ଲକ୍ ଶିଶୁ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମହିଳା ମାନେ ଆତ୍ମ ନିର୍ଭରଶୀଳ ହେଲେ ପରିବାରର ଆଥିକ ବିକାଶ ସମ୍ଭବ ହେବା ସହିତ ସାମାଜର ବିକାଶ ସମ୍ଭବ ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏଦିଗରେ ସରକାରଙ୍କ ତରଫରୁ ପ୍ରଚଳନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ମହିଳା ମାନେ ସାମିଲ ହେବାପାଇଁ ପରାମର୍ଶ ଦେଇଥିଲେ। କରଞ୍ଜି, ଗରୁଡ଼ଗାଁ, ସଫା ଆଦି ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ ଓ ସୁପର ଭାଇଜରଙ୍କ ସମେତ ୧୫୦ରୁ ଉର୍ଦ୍ଧ ମହିଳା ଓ କିଶୋରୀ ବାଳିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫାଉଣ୍ଡେସନ୍ ଅଧିକାରୀ ଆଶୀଷ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ପୋଷ୍ଟର, ଝୋଟି, ମୁରୁଜ, ମ୍ୟୁଜିକ୍ ଚେୟାର, କୁଇଜ୍ ଆଦି ପ୍ରତିଯୋଗିତା ଓ ବାଳକ ମାନଙ୍କ ମଧ୍ୟରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଇସିଡିଏସ୍ ସୁପର ଭାଇଜର ମଞ୍ଜୁଶ୍ରୀ ଦାସ, ହେନା ଦେଈ, ମମତା ପତି, ଉର୍ମିଳା ସାହୁ, କାଦମ୍ବିନୀ ପତି, ଫାଉଣ୍ଡେସନ୍ର ଚନ୍ଦ୍ର ଶେଖର ମହାପାତ୍ର, ଅର୍ଚ୍ଚନା ଜେନା, ବର୍ଷାରାଣୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.