MEllora 950×100

ବଚ୍ଚନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଚୌଦ୍ୱାର: ସ୍ଥାନୀୟ ଓଟିଏମ ହାଇସ୍କୁଲ ଖେଳ ପଡିଆରେ ବଚ୍ଚନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। କଟକ ଜିଲା ଆଥଲେଟିକ ଆସୋସିଏସନ ଓ ଚୌଦ୍ୱାର ୟୁଥ୍ ଆସୋସିଏସନ ଫୁଟକ୍ଲବ କ୍ଲବର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଟୁର୍ଣ୍ଣମେଣ୍ଟକୁ ଓଡିଶା ଫୁଟବଲ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ କଟକର ରାଇଜିଂ ଷ୍ଟୁଡେଣ୍ଟ ଓ ଆଠଗଡ ଆଥଲେଟିକ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ ଟାଇବେକର ଜରିଆରେ ୬-୫ଗୋଲରେ ବିଜୟୀ ହୋଇଥିଲା। କାଉନସିଲର ସୁବ୍ରତ ସାମଲଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଆଇଆଇସି ବିରଞ୍ଚି ନାରାୟଣ ପତି, କାଉନସିଲର ବିଜୟଲକ୍ଷ୍ମୀ ବେହେରା, ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରେଫେରୀ ଏସ୍.କେ.ହାୟଲ, ପ୍ରଦୀପ ମହାନ୍ତି,ସୁନୀଲ ହେମ୍ବ୍ରମ ଓ ମହମ୍ମଦ ସାକଲିନ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ୟୁଥ୍ ଆସୋସିଏନର ସଭାପତି ପ୍ରଶାନ୍ତ ସାହୁ,ଅଶୋକ ସାହୁ,ସଂନ୍ଦୀପ ମଲ୍ଲ,ଚିନ୍ତାମଣୀ ସାହୁ,ସଞ୍ଜୟ ରାଉତ ପ୍ରମୁଖ ସହେଯାଗ କରିଥିଲେ। ବିଭିନ୍ନ ଜିଲ୍ଲାରୁ ୧୩ଟି ବଛାବଛା ଟିମକୁ ନେଇ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ବୋଲି ସୂଚନା ଦିଆଯାଇଛି।

Comments are closed.