ପୂର୍ବ ଶତୃତାକୁ ନେଇ ଆକ୍ରମଣ, ୨ ଗିରଫ

ଚୌଦ୍ୱାର:ପୂର୍ବ ଶତୃତାକୁ ନେଇ ଦୁଇଜଣ ଯୁବକଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଜଣକ ହେଲେ ଅଲାରପୁର ଗ୍ରାମର ଚନ୍ଦନ କିଶୋର ମଲ୍ଲିକ। ପୁଲିସ ସୂଚନା ଅନୁଯାୟୀ ଚନ୍ଦନ ମଙ୍ଗଳବାର ମଧ୍ୟାହ୍ନରେ ସାଇକେଲରେ ନିଜ କର୍ମସ୍ଥଳୀ ଜଗତପୁରକୁ ଯାଉଥିବାବେଳେ ପଣ୍ଡୁଆ ଗ୍ରାମର ପିଣ୍ଟୁ ଜେନା ଓ ବଣ୍ଟି ବାରିକ ତାଙ୍କୁ ରାସ୍ତାରେ ଅଟକାଇ ଏକ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଏଥିରେ ଚନ୍ଦନ ଆହତ ହୋଇଥିଲେ। ତାଙ୍କ ଠାରୁ ଅଭିଯୋଗ ପାଇ ଚୌଦ୍ୱାର ପୁଲିସ୍ ଉଭୟଙ୍କୁ ଗିରଫ କରିଛିି। ପୂର୍ବ ଶତୃତାକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ପୁଲିସ୍ ସୂଚନା ଦେଇଛି।

Comments are closed.