ଚୌଦ୍ୱାର ପୌରପାଳିକାରେ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଖର୍ଚ୍ଚ ଅଟକଳ ୩୮ଲକ୍ଷ

ଚୌଦ୍ୱାର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଏଥିରେ ଅତିଥି ଭାବେ ଯୋଗଦେଇ ୧୨,୧୮ ଓ ୧୩ ନମ୍ବର ୱାର୍ଡ଼ରେ ରାସ୍ତା, ଡ୍ରେନ୍, ମୁକ୍ତ ଆକାଶ ବ୍ୟାୟାମଶାଳା, କ୍ଷୁଦ୍ର ଉଦ୍ୟାନ ଆଦିି ନିର୍ମାଣ ପାଇଁ ମୋଟ ୩୮ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।ଏହି ଉପଲକ୍ଷେ ୱାର୍ଡ଼ ମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ପୌରାଧ୍ୟକ୍ଷା ମାନସୀ ସ୍ୱାର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା,ପୌରଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ମୁ୍କ୍ତା ପ୍ରକଳ୍ପ ସଂଯୋଜିକା ଦେବିକା ମହାନ୍ତି, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସାମଲ, ପୂର୍ବତନ ନଗରପାଳା ପ୍ରେମଚାନ୍ଦ ନାୟକ,ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, କାଉନସିଲର ସୁବ୍ରତ ସାମଲ,ବିଜୟ କୁମାର ସହୁ,ସୁଜାତା ସାହୁ, କଲ୍ୟାଣୀ ସାହାଣୀ ପ୍ରମୁଖଙ୍କ ସମେତ ବହୁ କାଉନସିଲର, ପୂର୍ବତନ କାଉନସିଲର, ୱାର୍ଡ଼ କମିଟି ସଦସ୍ୟ ବୃନ୍ଦ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।

Comments are closed.