ଆଳୁ ଚାର୍ଟ

0

ସିଝା ଆଳୁ -୪ରୁ୫ଟି
ସିଝା ମଟର – ୨କପ
କଟା ପିଆଜ -୧ଟି
କଟା କାକୁଡ଼ି -୧ଟି
କଟା ଧନିଆ ପତ୍ର -ଅଳ୍ପ
କଟା କଞ୍ଚାଲଙ୍କା – ୨ଟି
ପାମ୍ପଡ଼ – ୨ଟି
ଜିରା ଗୁଣ୍ଡ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଚାର୍ଟ ମସଲା – ୧ ଚାମଚ
ଲୁଣ – ଆବଶ୍ୟକ ଅନୁଯାୟୀ
ଛଣା ସେଉ – ଆବଶ୍ୟକ ଅନୁଯାୟୀ
କଳା ଲୁଣ – ସମାନ୍ୟ
ଦହି – ୧କପ
ଟମାଟୋ ସସ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ୪ରୁ୫ ଘଣ୍ଟା ମଟରକୁ ପାଣିରେ ବତୁରାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାଇ ଏଥିରେ ବତୁରାଇ ଥିବା ମଟର,ଅଳ୍ପ ଲୁଣ, ହଳଦୀ ପକାଇ ୩ରୁ୪ଟି ସିଟି ଦେଇ ସିଝାନ୍ତୁ। ସିଝିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଅନ୍ୟ ଏକ ପାତ୍ର ନେଇ ସେଥିରେ ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ କଡ଼େଇ ବସାଇ ସିଝା ମଟର ଓ ଆଳୁକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏଥିରେ ଏବେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଚାର୍ଟ ମସଲା,ଲୁଣ ଓ ଅଧା ଗ୍ଲାସ ପାଣି ଦେଇ ଭଲ ଭାବେ ଘାଣ୍ଟି ଏହାକୁ ୩ରୁ୪ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଏଥିରେ କଟା ପିଆଜ,କଟା କାକୁଡ଼ି,କଞ୍ଚା ଲଙ୍କା, ଟମାଟୋ ସସ୍‍,ପାମ୍ପଡ଼,ଦହି,ଛଣା ସେଉ,କଟା ଧନିଆ ପତ୍ର, ସମାନ୍ୟ କଳା ଲୁଣ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ଚାର୍ଟ।

Leave A Reply