ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ‘ସେସୁ କନେକ୍ଟ’: ଦେଇପାରିବେ ବିଜୁଳି ବିଲ୍, କରିପାରିବେ ଅଭିଯୋଗ

ଭୁବନେଶ୍ଵର (ବ୍ୟୁରୋ) ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ସେସୁ ପକ୍ଷରୁ ଆରମ୍ଭ ହୋଇଛି ଡ଼ିଜିଟାଲ ଗ୍ରାହକ ସେବା ‘ସେସୁ କନେକ୍ଟ’ ।  ଗୁଗୁଲ ପ୍ଲେ ଷ୍ଟୋରରୁ ଗ୍ରାହକମାନେ ଏହି ଆପକୁ ଡ଼ାଉନଲୋଡ଼ କରି ପାରିବେ । ଏହା ଜରିଆରେ ଗ୍ରାହକମାନେ ସେମାନଙ୍କର ବିଲ୍ ଜମା କରିପାରିବେ ଓ ଆବଶ୍ୟକ କ୍ଷେତ୍ରରେ ଅଭିଯୋଗ ପଞ୍ଜିକରଣ କରିପାରିବେ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସେବାକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ବିଲିଂ ଓ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଏହି ଆପ୍ ଜରିଆରେ ଗ୍ରାହକ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.