ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲା ଅନ୍ତର୍ଗତ ଶାହପୁର ଏବଂ କିରନୀ ସେକ୍ଟରରେ ମଙ୍ଗଳବାର ସକାଳେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଦୁଇଟି ଯାକ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ମୋର୍ଟାର ସାଙ୍ଗକୁ ପ୍ରବଳ ଗୁଳିମାଡ଼ କରାଯାଇଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଉଛି।

ଏହା ପୂର୍ବରୁ ଗତ ରବିବାର ପାକ୍‌ ସେନା ମେଣ୍ଢର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପାକ୍‌ ସେନା ପକ୍ଷରୁ ମୋର୍ଟାର ଏବଂ ଗୁଳିମାଡ଼ କରାଯାଇଥିଲା। ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ବିଚଳିତ ହେବା ସହିତ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଏଭିଳ କରି ପାକ୍‌ ସେନା ସୀମାନ୍ତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଛି। ଗତ ଶନିବାର ମଧ୍ୟ ପାକ୍‌ ସେନା ପକ୍ଷରୁ କିରନୀ କସ୍‌ବା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।

Comments are closed.