କଣ୍ଟ୍ରୋଲ ୟୁନିଟ୍ ହଜିବା ଘଟଣାକୁ ସ୍ବୀକାର କଲେ ସିଇଓ ; ୧୦ଟି ବୁଥରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ବର : ବ୍ରହ୍ମଗିରିର ୬୨ ନମ୍ବର ବୁଥର ଷ୍ଟ୍ରଙ୍ଗ୍ ରୁମରୁ କଣ୍ଟ୍ରୋଲ ୟୁନିଟ୍ ହଜିବା ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ, ଗତ ୨୩ ତାରିଖ ରାତିରେ ଇଭିଏମ୍ ରିସିଭ କରାଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା କିନ୍ତୁ ସମ୍ପୃକ୍ତ କଣ୍ଟ୍ରୋଲ ୟୁନିଟକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ ରଖାଯାଇନାହିଁ । ଇଭିଏମ୍ ରିସିଭ୍ କରିଥିବା ଅଧିକାରୀଙ୍କ ତ୍ରୁଟି ରହିଛି । ପୁରୀ ଜିଲାପାଳଙ୍କଠାରୁ ସୂଚନା ପାଇବା ପରେ ଆମେ ନିର୍ବାଚନ କମିଶନଙ୍କୁ ଜଣାଇଛୁ । ଉକ୍ତ ବୁଥରେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି । ଏହି ବୁଥକୁ ମିଶାଇ ମୋଟ ୧୦ଟି ବୁଥରେ ମତଦାନ ପାଇଁ ସୁପାରିଶ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମରେ କହିଛନ୍ତି ।

Comments are closed.