ପାନୀୟ ଜଳ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାର ଡାକିଲେ ବୈଠକ

ନୂଆଦିଲ୍ଲୀ :  ଜଳ ସଂରକ୍ଷଣ ଏବଂ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର  ମଙ୍ଗଳବାର ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‍ ଅଧ୍ୟକ୍ଷତା କରିବେ। ଦେଶବ୍ୟାପୀ ଭୂତଳ ଜଳସ୍ତର ହ୍ରାସ ପାଇବା ଏବଂ ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ଜଳାଭାବ ସମସ୍ୟାକୁ ପ୍ରତିହତ କରିବା ଦିଗରେ ଏହି ବୈଠକରେ ରାଜ୍ୟ ସରକାରମାନଙ୍କର ସହଯୋଗ ସମ୍ପର୍କରେ ଆଲୋଚନା କରାଯିବ ।

ବିଭିନ୍ନ ନଦୀରେ ପ୍ରରବାହିତ ହେଉଥିବା ଜଳସ୍ତର ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ। ବିଶେଷ କରି ରାଜ୍ୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ଜଳ ବିବାଦର ସମାଧାନ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

Comments are closed.