ଦୁଇ ଦଳଙ୍କ ବର୍ଜନ ସତ୍ତ୍ବେ ଜାମ୍ମ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଦୁଇ ରାଜନୈତିକ ଦଳ ମେହବୁବା ମୁଫ୍‍ତିଙ୍କ ପିଡିପି ଓ ଫାରୁକ ଅବଦୁଲ୍ଲାଙ୍କ ଏନ୍‍ସି ଧମକ ସତ୍ତ୍ବେ ଏହା ଅଟକିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମ୍ବିଧାନର ଧାରା-୩୫(କ) ପରିପ୍ରେକ୍ଷୀରେ ଦୁଇ ଦଳଙ୍କର ଏହି ଧମକର କିଛି ମୂଲ୍ୟ ନାହିଁ; ନିର୍ବାଚନ ଯଥାରୀତି ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସରକାର ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ସୁପାରିସ ଆଧାରରେ ନିର୍ବାଚନ ପାଇଁ ଆଗେଇବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତୃଣମୂଳକସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଏହି ନିର୍ବାଚନ ଅପରିହାର୍ଯ୍ୟ; ତେବେ ସୁରକ୍ଷା ବ୍ୟବସ୍ଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇଦେବା ବ୍ୟବସ୍ଥା ହେଉଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ବିଜେପି ରାଜ୍ୟ ପ୍ରଭାରୀ ରାମ ମାଧବ ଏନ୍‍ସି ଓ ପିଡିପିକୁ ନିଷ୍ପତ୍ତି ବଦଳାଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୪୦ହଜାର ପଞ୍ଚାୟତ ପାଇଁ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି।

Leave A Reply