ଭୋଟ ଗଣନା ସମୟରେ ହିଂସାକାଣ୍ଡ ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭୋଟ୍‍ ଗଣତି ସମୟରେ ଗୁରୁବାର(ଆସନ୍ତାକାଲି) ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଉପୁଜିବାର ସମ୍ଭାବନା ଥିବା କଥା କେନ୍ଦ୍ର ସରକାର ବୁଧବାର ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଛନ୍ତି । ଶାନ୍ତିଶୃଙ୍ଖଳା ଓ ସାର୍ବଜନୀନ ସ୍ଥିରତା ବଜାୟ ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ୍‍ ମହାନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଭୋଟ୍‍ ଗଣତିର ସ୍ଥାନ ଏବଂ ଷ୍ଟ୍ରଙ୍ଗ୍‍ରୁମ୍‍ ଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକତା ମୁତାବକ ପଦକ୍ଷେପ ନେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଭୋଟ୍‍ ଗଣତିରେ ବିଘ୍ନ ସୃଷ୍ଟି କରିବା ପାଇଁ ହିଂସାକାଣ୍ଡ ଘଟିବାର ବିଭିନ୍ନ ମହଲ ପକ୍ଷରୁ କୁହାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛି ।

Comments are closed.