ଜିଏସଟି କ୍ଷତିପୂରଣ : ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜାରି କଲେ ୩୬,୪୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ସାମ୍ପ୍ରତିକ କୋଭିଡ-୧୯ ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ଅବଧି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ନିମନ୍ତେ ଜିଏସଟି କ୍ଷତିପୂରଣ ବାବଦକୁ ୩୬,୪୦୦ କୋଟି ଟଙ୍କା ଜାରି କରିଛନ୍ତି।
ଅନ୍ୟପକ୍ଷରେ ଏପ୍ରିଲ-ନଭେମ୍ବର ୨୦୧୯ ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ ୧,୧୫,୦୯୬ କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇସାରିଛି।

Comments are closed.