୩୦ ହଜାର କୋଟି ଜିଏସଟି କ୍ଷତି ଭରଣା ପ୍ରଦାନ କଲା କେନ୍ଦ୍ର

କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର – ଜିଏସଟି କ୍ଷତିପୂରଣ ବାବଦକୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୨୭ ମାର୍ଚ୍ଚରେ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୭୦ ହଜାର କୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଥିବା ଜଣାପଡିଛି। ଏଥି ସହିତ ଜିଏସଟି ପରିଷଦ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଜିଏସଟି କ୍ଷତିପୂରଣ ଅଭାବ ବାବଦକୁ ୧ ଲକ୍ଷ ୧୦ ହଜାର ୨୦୮ କୋଟି ଟଙ୍କା ପ୍ରଦାନ କରିଛି। ଅନ୍ୟପକ୍ଷରେ ଅସ୍ଥାୟୀ ସମାଧାନ ମାଧ୍ୟମରେ ରାଜ୍ୟଗୁଡ଼ିକୁ ୧୪ ହଜାର କୋଟି ଟଙ୍କା ଦିଆଯାଇଛି।

ତେବେ ଜିଏସଟି କ୍ଷତିପୂରଣ ପ୍ରଦାନ, ଋଣ ଏବଂ ଅସ୍ଥାୟୀ ସମାଧାନକୁ ମିଶାଇଲେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୬୩ ହଜାର କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଦିଆଯିବାକୁ ବାକି ଅଛି। ୨୭ ମାର୍ଚ୍ଚରେ ଦିଆଯାଇଥିବା ଜିଏସଟି କ୍ଷତିପୂରଣ ବାବଦକୁ ଆନ୍ଧ୍ରପ୍ରଦେଶକୁ ୭୪୨.୪୯୬୬, ଆସାମକୁ ୩୦୭.୯୮୫୩, ବିହାରକୁ ୮୧୮.୪୯୪୭, ଛତିଶଗଡ଼କୁ ୬୩୫.୨୪୫୫, ଦିଲ୍ଲୀକୁ ୧୭୪୮.୦୯୫୫, ଗୋଆକୁ ୨୪୫.୬୧୭୩, ଗୁଜୁରାଟକୁ ୨୫୭୪.୧୬୨୫, ହରିୟାଣାକୁ ୧୦୨୦.୪୬୮୧, ହିମାଚଳ ପ୍ରଦେଶକୁ ୩୩୮.୪୧୨୧, ଜାମ୍ମୁ କାଶ୍ମୀରକୁ ୪୧୮.୬୭୮୩, ଝାଡ଼ଖଣ୍ଡକୁ ୪୬୧.୩୫୮୪, କର୍ଣ୍ଣାଟକକୁ ୨୯୭୦.୧୨୩୯, କେରଳକୁ ୧୩୭୮.୧୫୫୧, ମଧ୍ୟ ପ୍ରଦେଶକୁ ୧୧୦୭.୮୯୩୫, ମହାରାଷ୍ଟ୍ରକୁ ୪୪୪୬.୩୦୫୬, ମେଘାଳୟକୁ ୪୧.୯୯୧୭, ଓଡିଶାକୁ ୭୮୫.୮୬୫୧, ପୁଡୁଚେରୀକୁ ୧୪୦.୦୧୮୪, ପଞ୍ଜାବକୁ ୧୭୦୭.୪୮୦୫, ରାଜସ୍ଥାନକୁ ୧୧୭୬.୦୪୪୧, ଶିକ୍କିମକୁ ୩.୭୧୭୩, ତାମିଲନାଡୁକୁ ୨୧୯୨.୯୩୨୫, ତେଲେଙ୍ଗାନାକୁ ୭୭୦.୫୮୨୮, ତ୍ରିପୁରାକୁ ୪୭.୨୨୩୫, ଉତ୍ତର ପ୍ରଦେଶକୁ ୨୦୯୪.୪୯୨୯, ଉତ୍ତରାଖଣ୍ଡକୁ ୫୧୬.୯୮୦୩ ଏବଂ ପଶ୍ଚିମବଙ୍ଗକୁ ୧୩୦୯.୧୭୮୫ କୋଟି ଦିଆଯାଇଛି।

Comments are closed.