ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ମିଳିଲା ୧୯,୯୫୦ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ ୧୯ ହଜାର ୯୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ପ୍ରଦାନ ସହ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ସର୍ବମୋଟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ଦେଇସାରିଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷରେ ଜିଏସ୍‍ଟି କ୍ଷତିପୂରଣ ସେସ୍‍ ବାବଦରେ ୯୫ ହଜାର କୋଟି ଟଙ୍କା ଆଦାୟ ହୋଇଥିଲା, ଯାହାମଧ୍ୟରୁ ୬୯ ହଜାର
କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦିଆଯାଇଥିଲା।

Comments are closed.