ରାଜ୍ୟଗୁଡ଼ିକୁ ଗଲାଣି ୧୮ କୋଟି ମାଗଣା ଟିକା : ଆଉ ୩ ଦିନ ଭିତରେ ଯିବ ୯ ଲକ୍ଷ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୮ କୋଟି କୋଭିଡ ଟିକା ମାଗଣାରେ ଯୋଗାଇଦେଇ ସାରିଲେଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକ ଦ୍ୱାରା ୧୬ କୋଟି ୮୯ ହଜାର ଟିକା ବ୍ୟବହୃତ ହୋଇଛି କିମ୍ବା କିଛି ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୧ କୋଟିରୁ ଊର୍ଦ୍ଧ୍ବ ଟିକା ମହଜୁଦ ରହିଛି। ଯେଉଁ ରାଜ୍ୟଗୁଡ଼ିକ ପାଖରୁ କୋଭିଡ ଟିକା ସଂପୂର୍ଣ୍ଣ ସରିଯାଇଛି, ସେହି ରାଜ୍ୟଗୁଡ଼ିକରେ ଅଧିକ ବ୍ୟବହାର କରାଯାଇଛି କିମ୍ବା
ନଷ୍ଟ ହୋଇଯାଇଥିବାର ଜଣାପଡ଼ୁଛି। ଅନେକ ରାଜ୍ୟ ଅଛନ୍ତି ଯେଉଁମାନେ ସଶସ୍ତ୍ରବାହିନୀକୁ ଟିକା ଯୋଗାଇଛନ୍ତି ଏବଂ ତା’ର ହିସାବ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି।

ତେବେ ଆସନ୍ତା ୩ ଦିନ ଭିତରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପୁଣି ୯ ଲକ୍ଷ ଟିକା ଯୋଗାଇ ଦେବେ।

Comments are closed.