ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କଲେ କେନ୍ଦ୍ର ସରକାର

ଦିଲ୍ଲୀରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବା ସମୟରେ ସେଠାରେ ଅକ୍ସିଜେନ ଆବଶ୍ୟକତା ପୂରଣ କରିବା ପାଇଁ ବୁଧବାର କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃତଜ୍ଞ ବୋଲି ଟ୍ୱିଟରେ କରିଛନ୍ତି।


ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦିଲ୍ଲୀରେ ଅମ୍ଳଜାନ ଯୋଗାଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ ଆସିଛି। ଦିଲ୍ଲୀରେ କୋଭିଡ-୧୯ ମାମଲା ଯେପରି ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଅନ୍ୟ ରାଜ୍ୟରୁ ଅନେକ ରୋଗୀ ଚିକିତ୍ସା ପାଇଁ ଦିଲ୍ଲୀ ଆସିଛନ୍ତି, ଦିଲ୍ଲୀରେ ଅଧିକରୁ ଅଧିକ ଅମ୍ଳଜାନ ଯୋଗାଣର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ଏବଂ କେନ୍ଦ୍ରକୁ ଆହୁରି କୋଟା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଦିଲ୍ଲୀର ଅମ୍ଳଜାନ କୋଟା ୩୭୮ ମେଟ୍ରିକ୍ ଟନରୁ ୭୦୦ ମେଟ୍ରିକ୍ ଟନ୍ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି।

Comments are closed.