ଅନ୍‍ଲାଇନ୍‍ ନ୍ୟୁଜ୍‍ ଓ ଅଡ଼ିଓ-ଭିଜୁଆଲ୍‍ ପ୍ରୋଗ୍ରାମ୍‍ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : ଦେଶରେ  ଅନ୍‍ଲାଇନ୍‍ ନ୍ୟୁଜ୍‍, ଚଳଚ୍ଚିତ୍ର ଓ ଅଡ଼ିଓ-ଭିଜୁଆଲ୍‍ ପ୍ରୋଗ୍ରାମ୍‍ ଏବଂ ସାମ୍ପ୍ରତିକ ଘଟଣାବଳୀ ପ୍ରସଙ୍ଗ ସଂକ୍ରାନ୍ତ ବିଷୟକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଆଣିବାଲାଗି କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି
କରିଛନ୍ତି।

ନେଟ୍‍ଫ୍ଲିକ୍ସ, ହଟ୍‍ଷ୍ଟାର୍‍, ପ୍ରାଇମ୍‍ ଭିଡ଼ିଓ ଓ ଅନ୍‍ଲାଇନ୍‍ ନ୍ୟୁଜ୍‍ ପୋର୍ଟାଲ୍‍ ସମେତ ଓଟିଟି ପ୍ଲାଟ୍‍ଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଅଣାଯିବ। ବର୍ତ୍ତମାନ ଏହି ଡିଜିଟାଲ୍‍ ବିଷୟବସ୍ତୁକୁ ତଦାରଖ କରିବା ଲାଗି କୌଣସି ଆଇନ କିମ୍ବା ସ୍ୱୟଂଞ୍ଚାଳିତ ସଂସ୍ଥା ନାହିଁ।ଏବେ ଛାପା ଗଣମାଧ୍ୟମ ଲାଗି ପ୍ରେସ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ, ନ୍ୟୁଜ୍‍ ଚାନେଲ୍‍ଗୁଡ଼ିକ ଲାଗି ନ୍ୟୁଜ୍‍ ବ୍ରଡ୍‍କାଷ୍ଟର୍ସ ଆସୋସିଏସନ୍‍ (ଏନ୍‍ବିଏ), ବିଜ୍ଞାପନ ପାଇଁ ଆଡ୍‍ଭାର୍ଟାଇଜିଂ ଷ୍ଟାଣ୍ଡାର୍ଡସ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ଏବଂ ଚଳଚ୍ଚିତ୍ର କାର୍ଯ୍ୟକୁ ସମୀକ୍ଷା କରିବାଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣକ ବୋର୍ଡ଼ (ସିବିଏଫ୍‍ସି) ରହିଛି।

Comments are closed.