ବନ୍ୟା ସହାୟତା ମଂଜୁର: ବିହାରକୁ ୪ଶହ ଓ କର୍ଣ୍ଣାଟକକୁ ୧୨ଶହ କୋଟି

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ୟାକ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିହାର ଓ କର୍ଣ୍ଣାଟକର ବନ୍ୟା ପରିସ୍ଥିତି ଏବଂ ରାଜ୍ୟ ଦୁର୍ବିପାକ ସହାୟତା ପାଣ୍ଠିର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ବିହାର ପାଇଁ ୪୦୦ କୋଟି ଟଙ୍କା ଓ କର୍ଣ୍ଣାଟକ ପାଇଁ ୧୨ଶହ କୋଟି ଟଙ୍କା ଜାତୀୟ ଦୁର୍ବିପାକ ସହାୟତା ପାଣ୍ଠିରୁ ମଂଜୁର କରିଛନ୍ତି। ଏହି ପାଣ୍ଠି ଅଗ୍ରୀମ ଭାବେ ଦିଆଯିବ। ଅନ୍ୟ ପଲଷାରେ ୨୦୧୯-୨୦ ପାଇଁ ବିହାର ଏସ୍‍ଡିଆର୍‍ଏଫ୍‍କୁ କେନ୍ଦ୍ରରୁ ମିଳିବାକୁ ଥିବା ଅର୍ଥର ଦ୍ୱିତୀୟ କିସ୍ତି ୨୧୩ କୋଟି ତାଙ୍କ ଅଗ୍ରୀମ ଭାବେ ପ୍ରଦାନ କରିବା ପାଇଁ ମଧ୍ୟ ସେ ଅନୁମୋଦନ କରିଛନ୍ତି।

ଚଳିତ ବର୍ଷର ବର୍ଷା ଋତୁରେ ଦେଶର ୧୩ଟି ରାଜ୍ୟରେ ନାହିଁ ନଥିବା ବର୍ଷା ଓ ଭୂସ୍ଖଳନ ହୋଇଛି। ଗତ ଅଗଷ୍ଟ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ମନ୍ତ୍ରଣାଳୟ ଦ୍ୱାରା ସେହି ୧୩ଟି ରାଜ୍ୟ ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‍ମାନ ଗଠନ କରାଯାଇଛି।

Comments are closed.