ପର୍ବପର୍ବାଣୀ ସମୟରେ ସ୍ଥାନୀୟ କଟକଣା ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ : ହୋଲି, ଶବେ​‌-ଇ-ବରାତ, ବିହୁ, ଇଷ୍ଟର ଓ ଇଦ-ଉଲ-ଫିତର ପର୍ବ ସମୟରେ ସ୍ଥାନୀୟ କଟକଣା ଜାରି କରିବାକୁ କେନ୍ଦ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, ରାଜ୍ୟମାନଙ୍କର ମୁଖ୍ୟ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ଚିଠି ଲେଖିଛନ୍ତି। ଏହିସବୁ ପର୍ବ ସମୟରେ ଅଳ୍ପ ସଂଖ୍ୟାରେ ଏକତ୍ରିତ ହେବା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଆରତୀ ଅହୁଜା କହିଛନ୍ତି,କୋଭିଡ୍‍-୧୯ ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରକୁ କଡ଼ାକଡ଼ି ଭାବେ ଲାଗୁ କରିବା କ୍ଷେତ୍ରରେ କୌଣସି ପ୍ରକାରର କୋହଳ ଅବଲମ୍ବନ କରାଯିବା ଉଚିତ୍‍ ନୁହେଁ। କୋହଳ ଅବଲମ୍ବନ କରାଗଲେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଦେଶ ଯେଉଁ ସଫଳତା ହାସଲ କରିଛି ତାହା ବିଫଳ ହୋଇଯିବ ବୋଲି ସେ ମତ ଦେଇଛନ୍ତି।

Comments are closed.