କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ‘ଭରୋସା’ ହେଲଲାଇନ ନମ୍ବର

କୋରାପୁଟ : କୋଭିଡ-୧୯ ସଂକ୍ରମଣକୁ ନେଇ ଲକ୍‍ଡାଉନ ପରିସ୍ଥିତିରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗ୍ରହଣ ତଥା ପରାମର୍ଶ ନିମନ୍ତେ ‘ଭରୋସା’ ହେଲଲାଇନ ନମ୍ବର ଆରମ୍ଭ କରିଛି ।
ରାଜ୍ୟରେ ଯେକୌଣସି ସ୍ଥାନରେ ଥିବା ଯେକୌଣସି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ହେଲପଲାଇନ ନମ୍ବର ଡାଏଲ କରି ପରାମର୍ଶ ପାଇପାରିବେ। ସେହି ନମ୍ବରଟି ହେଉଛି ୦୮୦୪୬୮୦୧୦୧୦

କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଙ୍ଗଳବାର ଏହି ‘ଭରୋସା’ ହେଲଲାଇନ (ପାଇଲଟ ପ୍ରକଳ୍ପ) ନମ୍ବରର  ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ଓ ରେଜିଷ୍ଟ୍ରାର ପ୍ରପେସର ଅସିତ କୁମାର ଦାସ, ଟିମ୍ ଲିଡର ଡକ୍ଟର ରମେନ୍ଦ୍ର କୁମାର ପାଢୀ  ଅତିଥି ପ୍ରାଧ୍ୟାପକ ଡକ୍ଟର ଦୁର୍ଗା ପ୍ରସାଦ ଏବଂ  ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡକ୍ଟର ଫଗୁନାଥ ଭୋଇ ପ୍ରମୁଖ ​କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ରମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପେଖରିଆଲ ନିଶଙ୍କ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଖୁବ୍ ଶୀଘ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.