କେନ୍ଦ୍ରୀୟ ପରିବେଶ ଦଳର ରାଜଗାଙ୍ଗପୁର ଗସ୍ତ

ରାଉରକେଲା: ରାଜଗାଙ୍ଗପୁରଠାରେ ଥିବା ଓସିଏଲ ଇଣ୍ଡିଆର ୩ୟ ୟୁନିଟ ନିର୍ମାଣ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଭିତି କରି କେନ୍ଦ୍ରୀୟ ପରିବେଶ ବିଭାଗର ୩ଜଣିଆ ଟିମ ରାଜଗାଙ୍ଗପୁର ଗସ୍ତ କରିଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି କାରଖାନାର ୨ୟ ୟୁନିଟ ଲାଗି ଆବଶ୍ୟକ ବୃକ୍ଷରୋପଣ ହୋଇନଥିବା ବେଳେ ୩ୟ ୟୁନିଟ ଲାଗି ବୃକ୍ଷରୋପଣ କରିବା ପରିବର୍ତେ ହଜାର ହଜାର ଗଛ କଟା ଯାଇଛି।

ବର୍ତ୍ତମାନ ସୁଦ୍ଧା ଏହି କାରଖାନା ଦେଢ ଲକ୍ଷ ଗଛ ଲଗାଇବା ଯାଗାରେ ଲଗାଇଛି ମାତ୍ର ୫ହଜାର। କୋର୍ଟ ଏ ନେଇ ଶୁଣାଣି କରି ନଥିବା ବେଳେ ତାକୁ ଖାତିର ନକରି କଂପାନୀ ମନ ଇଛା କାମ କରୁଥିବା ଅଭିଯୋଗ ହୋଇଛି। ପୁର୍ବରୁ ସିଲିକୋଶିସ୍‍ ରୋଗ ସାଙ୍ଗକୁ ଏଠାରେ ଦୃଷ୍ଟିହୀନ ତଥା ଟିବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା।

Comments are closed.