‘କରୋନା’ ସ୍ଥିତି ସମୀକ୍ଷା ପାଇଁ ଏସ୍‌ସିବିରେ କେନ୍ଦ୍ରୀୟ ଟିମ୍

କଟକ: କୋରୋନାର ସ୍ଥିତି ଅନୁଧ୍ୟାନ ପାଇଁ ଗୁରୁବାର କେନ୍ଦ୍ରୀୟ ଟିମ୍ କଟକ ଏସ୍‌ସିବି ମେଡକାଲରେ ପହଞ୍ଚିଛନ୍ତି। ଡକ୍ଟର ଶିଖା ବର୍ଦ୍ଧନ, ଡକ୍ଟର କପୁର ଚୌଧୁରୀ ଓ ଡକ୍ଟର ଅନୁରାଧା ସୁଲାନିଆଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମେ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାପରେ ଟିମ୍ ଏସସିବି ଆଇସୋଲେସନ ୱାର୍ଡ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହିତ କରୋନା ମୁକାବିଲା ପ୍ରସ୍ତୁତିକୁ ତଦାରଖ କରିଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ଏସସିବିରେ ୨ଜଣ କୋରୋନା ସନ୍ଦିଗ୍ଧଙ୍କୁ ରଖାଯାଇଛି।

Comments are closed.