୩ ରାଜ୍ୟରେ ସଂକ୍ରମଣ ଓ ଟିକାକରଣର ସମୀକ୍ଷା କରୁଛନ୍ତି ୫୦ କେନ୍ଦ୍ରୀୟ ଟିମ୍‍

ନୂଆଦିଲ୍ଲୀ : କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‍ ସଂକ୍ରମଣ ଦୃଷ୍ଟିରୁ ସ୍ଥିତି ଆକଳନ କରିବାପାଇଁ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ କେନ୍ଦ୍ର ସରକାର ୫୦ଟି ଉଚ୍ଚସ୍ତରୀୟ ଟିମ୍‍ ପଠାଇଛନ୍ତି କରିଛନ୍ତି। ଏହି ଟିମ୍ ସେଠାରେ କୋଭିଡ୍‍ ସଂକ୍ରମଣ ଦୃଷ୍ଟିରୁ ସ୍ଥିତି ଅନୁଧ୍ୟାନ କରିବା ସହ ଟିକାକରଣ ନେଇ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରୁଛନ୍ତି। ମୁମ୍ବାଇରେ ସାମ୍ପ୍ରତିକ କୋଭିଡ୍‍ ସ୍ଥିତି ଅନୁଧ୍ୟାନ କରିବାପାଇଁ ଏକ କେନ୍ଦ୍ରୀୟ ଦଳ ଆଜି ବାନ୍ଦ୍ରା କୁର୍ଲା ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛି। ଦୁଇଟି ପୃଥକ୍‍ କେନ୍ଦ୍ରୀୟ ଟିମ୍‍ ଆଜି ସାଙ୍ଗ୍‍ଲି ଓ ସୋଲାପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଏହି କେନ୍ଦ୍ରୀୟ ଟିମ୍‍ ମହାରାଷ୍ଟ୍ରର ୩୦ଟି ଜିଲ୍ଲା ପରିଦର୍ଶନ କରିବ। ଅନ୍ୟପକ୍ଷରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, କେନ୍ଦ୍ର ସରକାର କୋଭିଡ୍‍ ଟିକା ଡୋଜ୍‍ ୭ ଲକ୍ଷରୁ ୧୭ ଲକ୍ଷକୁ ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ, ସାଙ୍ଗ୍‍ଲି, ସତାରା ଓ
ବୁଲ୍‍ଧନା ଜିଲ୍ଲାରେ ଟିକାର ବହୁତ ଅଭାବ ରହିଛି। ଆଉ ଦିନେ କିମ୍ବା ଦୁଇ ଦିନ ଟିକା ଦିଆଯାଇପାରିବ। ତା’ପରେ ରାଜ୍ୟ ସରକାରଙ୍କ ପାଖରେ ଆଉ ଟିକା ନାହିଁ। ସେ କହିଛନ୍ତି, ସପ୍ତାହରେ ଦିନକୁ ୪୦ ଲକ୍ଷ ଟିକା ଦିଆଯାଉଛି। ଏଣୁ ମାସକୁ ୧ କୋଟି ୬୦ ଲକ୍ଷ ଟିକାର ଆବଶ୍ୟକତା ରହିଛି।

Comments are closed.