କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ କମାଣ୍ଡୋଙ୍କ ଆତ୍ମହତ୍ୟା

ସୁକମା : ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର କୋବ୍ରା ବାଟାଲିୟନର ଜଣେ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଯବାନଙ୍କ ଆତ୍ମହତ୍ୟା କାରଣ ଜଣାପଡିନାହିଁ। ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଥିଲେ।

ଶୁକ୍ରବାର ସୁକମା ଜିଲ୍ଲାର ପୁଲିସ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର ଚିଣ୍ଟାଗୁଫା ଥାନା ଅଞ୍ଚଳର ନକ୍ସଲ ବିରୋଧୀ ଅପରେସନ୍ ବେଳେ ସିଆପିଏଫ ର ୨୦୬ କୋବ୍ରା ବାଟାଲିଅନର ହରଜିତ ସିଂ (୪୦) ନିଜ ରାଇଫଲରୁ ଗୁଳି ଚଳାଇଥିଲେ। ଗୁରୁବାର ରାତିରେ କୋୟାଲମେଟା ପାହାଡରେ ନକ୍ସଲ କାର୍ୟ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ଟେମେଲୱାରା କ୍ୟାମ୍ପରୁ ନକ୍ସଲ ବିରୋଧୀ ଅପରେସନକୁ କୋବ୍ରା ବାଟାଲିୟନର ଏକ ଟିମ୍ ପଠାଯାଇଥିଲା। ସେହି ଟିମ୍‌ ରେ ହରଜିତ ସିଂ ମଧ୍ୟ ଥିଲେ। ଆଜି ସକାଳେ ହରଜିତ ସିଂ ନିଜ ସେବା ରାଇଫଲ ସହିତ ନିଜକୁ ଗୁଳି କରିଥିଲେ। ଏଘଟଣା ବିଷୟରେ ଜାଣାପଡିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହରଜିତ ସିଂ କାହିଁକି ଏହି ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Comments are closed.